ଅପରାଧ

ଅଭିନେତ୍ରୀଙ୍କୁ ଦେହ ବେପାରରେ ଲଗାଇବାକୁ ଉଦ୍ୟମ! – bajravana

[ad_1]

ଟଙ୍କା ଲୁଟିଲା, ପୁଣି ବାହା ହେବାକୁ ଧମକ

ଭୁବନେଶ୍ବର: ‘‘ମୋର ବହୁ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଲିଙ୍କ୍‌ ଅଛି। ମୋ’ କଥାରେ ଚାଲିଲେ ରାତାରାତି ଷ୍ଟାର ବନେଇ ଦେବି…।’’ ଏଭଳି ମିଠା ମିଠା କଥା କହି ପାଲରେ ପକାଇଲା। ବିଶ୍ବାସ ଜନ୍ମାଇବା ପାଇଁ କିଛି ପ୍ରଯୋଜକଙ୍କ ସହ ପ୍ରଥମେ ଭିଡିଓ କଲ୍‌ରେ ପରିଚୟ ପରେ ସାକ୍ଷାତ ବି କରାଇଲା। ଯୁବତୀ ଜଣଙ୍କର ବିଶ୍ବାସ ଜିତିବା ପରେ ଟଙ୍କା ଲୁଟିଲା। ଦେହ ବେପାରରେ ଲଗାଇବାଲାଗି ଚେଷ୍ଟାକଲା। ପୁଣି ବାହା ହେବାକୁ ଧମକ ଦେଲା। ଜଣେ ସାଥୀ କଳାକାରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଆଲବମ୍‌ ଅଭିନେତ୍ରୀ। ଯୁବତୀଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।

ମିଲି(ଛଦ୍ମନାମ) ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରାଜଧାନୀରେ ଏକ ଏନ୍‌ଜିଓରେ ଚାକିରି ସହ ସେ ମ୍ୟୁଜିକ୍‌ ଆଲବମ୍‌ରେ ଅଭିନୟ କରୁଥିଲେ। ୨୦୨୨ ମସିହାରେ ଏକ ଆଲବମ୍‌ ସୁଟିଂ ସମୟରେ ସମ୍ପୃକ୍ତ ଯୁବକ (ବବୁଲ)ଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ମିଲିଙ୍କୁ ପାଲରେ ପକାଇବା ପାଇଁ ବବୁଲ ବିଭିନ୍ନ ସମୟରେ ପରାମର୍ଶ ଦେଉଥିଲା। ବବୁଲର କଥା ମାନି ମିଲି ବହୁ ପ୍ରଯୋଜନା ସଂସ୍ଥାଠାରୁ ଦୂରେଇ ଯାଇଥିଲେ। ମିଲିଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ବବୁଲ ବିଭିନ୍ନ ଆଳ ଦେଖାଇ ‌ଭିନ୍ନ ଭିନ୍ନ ପର୍ଯ୍ୟାୟ‌ରେ ୨ଲକ୍ଷ ଟଙ୍କା ନେଇ ଯାଇଥିଲା। ସମ୍ପର୍କ ନିବିଡ଼ ହେବା ପରେ ସୁଟିଂ ବାହାନାରେ ବିହାର ନେଇଯାଇଥିଲା। ହେଲେ ‌ସେଠାରେ କୌଣସି ସୁଟିଂ ନଥିଲା। ଦଲାଲଙ୍କ ସହାୟତାରେ ମିଲିଙ୍କୁ ଜବରଦସ୍ତ ଏକ ଘରେ ପୂରାଇ ଦେଇଥିଲା। ତେବେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା ହୋଇଛି ଜାଣି ମିଲି କୌଶଳ କରି ସେଠାରୁ ଖସି ଆସିଥିଲେ। ତା’ପରଠାରୁ ମିଲି ଦୂରେଇ ରହିଥିଲେ। ହେଲେ ବବୁଲ ବି ହାର ମାନିବାକୁ ପ୍ରସ୍ତୁତ ନଥିଲା। ବାହା ହେବା ପାଇଁ ବାରମ୍ୱାର ନିବେଦନ କରିଥିଲା। ମିଲି ରାଜି ନହେବାରୁ ରାତିଅଧରେ ତାଙ୍କ ଘରକୁ ଆସି ବାପା-ମାଆଙ୍କୁ ଧମକଚମକ ଦେଉଥିଲା। ସ୍ଥିତି ବିଗିଡ଼ିବା ପରେ ମିଲି ଏନେଇ ଥାନାରେ ଅଭିଯୋଗ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button