ଖେଳ ଖବର

ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେ ନାହିଁ ଯଶପ୍ରୀତ ବୁମରା ! – bajravana

[ad_1]

ମୁମ୍ବାଇ: ବିଶାଖାପାଟଣା ଟେଷ୍ଟରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୧୦୬ ରନ୍ ରେ ପରାସ୍ତ କରିଛି। ଏହା ପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନ୍ ରେ ପରାସ୍ତ କରିଥିଲା। ଫଳରେ ୫ଟି ଟେଷ୍ଟ ମ୍ୟାଚ୍ ର ସିରିଜ୍ ୧-୧ରେ ପହଞ୍ଚିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଫେବ୍ରୁଆରି ୧୫ରୁ ଖେଳାଯିବ। ରାଜକୋଟରେ ଉଭୟ ଦଳ ମୁହାଁମୁହିଁ ହେବେ। ସେପଟେ ଏହି ମ୍ୟାଚକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରାଜକୋଟ ଟେଷ୍ଟରେ ଟିମରେ ସାମିଲ ହେବେ ନାହିଁ।

୨ୟ ଟେଷ୍ଟରେ ବୁମରା ଚମତ୍କାର ବୋଲିଂର ପ୍ରଦର୍ଶନ କରି ୯ଟି ଓ୍ବିକେଟ ନେଇଥିଲେ । ପ୍ରଥମ ଇନିଂସରେ ସେ ୬ଟି ଓ ୨ୟ ଇନିଂସରେ ୩ଟି ଓ୍ବିକେଟ ନେଇଥିଲେ । ଫଳରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ଯଶପ୍ରୀତ ବୁମ୍ରାଙ୍କୁ ତୃତୀୟ ଟେଷ୍ଟପାଇଁ ବିଶ୍ରାମ ଦିଆଯାଇପାରେ। ତେବେ ଏପର୍ଯ୍ୟନ୍ତ ଏ ନେଇ ବିସିସିଆଇର ଔପଚାରିକ ଘୋଷଣା ଆସିନାହିଁ। କିନ୍ତୁ କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବୁମରା ରାଜକୋଟ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button