ଖେଳ ଖବର
୧୯ ବର୍ଷରୁ କମ୍ ସାଫ୍ ଫୁଟବଲ୍: ଭାରତ ବିଜେତା – bajravana
[ad_1]
ଭୁବନେଶ୍ବର: ନେପାଳର କାଠମାଣ୍ଡୁରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍ ସାଫ୍ ଫୁଟବଲ୍ ପ୍ରତିଯୋଗିତାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୦ ଗୋଲ୍ରେ ହରାଇ ଭାରତ ବିଜେତା ହୋଇଛି। ଫାଇନାଲ୍ରେ ଭାରତ ପକ୍ଷରୁ ମଙ୍ଗଲେଙ୍ଗଥାଙ୍ଗ କିପଜେନ୍ ୬୨, ୮୫ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିଲା ବେଳେ ଜି. ଗୋୟାରି ୯୦+୪ ମିନିଟ୍ରେ ତୃତୀୟ ଗୋଲ୍ ଦେଇ ଭାରତକୁ ବିଜେତା କରାଇଥିଲେ।
ଭାରତୀୟ ଦଳରେ ଓଡ଼ିଶାରୁ ବି ଶିବ ଓ ରାଜା ହରିଜନ ଏହି ପ୍ରତିଯୋଗିତାରେ ଖେଳିଥିବା ବେଳେ ଶୁଭେନ୍ଦୁ ପଣ୍ଡା ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଥିଲେ। ଓଡ଼ିଶାର ଏହି ତିନିଜଣଙ୍କୁ ଓଡ଼ିଶା ଫୁଟବଲ୍ ସଂଘ (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି।
[ad_2]