ମନୋରଞ୍ଜନ

ବିଗ୍‌ ବସ୍‌ ୧୭ ବିଜୟୀ ହେଲେ ମୁନୱର୍‌ ଫାରୁକୀ; ପାଇଲେ ୫୦ ଲକ୍ଷ ଟଙ୍କା ଓ ନୂଆ କାର୍‌ – bajravana

[ad_1]

ନୂଆଦିଲ୍ଲୀ: ରବିବାର ଦିନ ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନୱର୍‌ ଫାରୁକୀଙ୍କୁ ବିବାଦୀୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌ ୧୭’ର ବିଜେତା ଘୋଷଣା କରାଯାଇଛି।

ଏହି ସୋ’ର ଉପସ୍ଥାପକ ତଥା ବଲିଉଡ୍‌ ଅଭିନେତା ସଲ୍‌ମନ୍‌ ଖାନ୍‌ ୩୨ ବର୍ଷିୟ ଫାରୁକୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ଫାରୁକୀଙ୍କୁ ମିଳିଛି ଏକ ଟ୍ରଫି, ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର୍‌।

ଫିନାଲେରେ ଲାଇଭ୍‌ ଭୋଟିଙ୍ଗ୍‌ ଦ୍ବାରା ମୁନୱାର୍‌ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ। ଏହି ଭୋଟିଙ୍ଗ୍‌ ବେଳେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବଲିଉଡ୍‌ର ଅଜୟ ଦେବଗନ ଓ ଆର୍‌. ମାଧବନ।

Munawar Faruqui, Bigg Boss 17
Image Courtesy of India Today

ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇ ‘ଏକ୍ସ’ ପୋଷ୍ଟ୍‌ରେ ଫାରୁକୀ ସଲ୍‌ମନ୍‌ ଖାନ୍‌ଙ୍କଠାରୁ ବିଗ୍‌ ବସ୍‌ ସିଜନ୍‌ ୧୭ର ଟ୍ରଫି ଗ୍ରହଣ କରିଥିବା ସମୟର ଫଟୋ ପୋଷ୍ଟ୍‌ କରିଛନ୍ତି।

‘ବିଗ୍‌ ବସ୍‌ ୧୭’ ପ୍ରାରମ୍ଭରୁ ହିଁ ମୁନୱାର୍‌ ଚର୍ଚ୍ଚିତ ହୋଇ ଆସିଥିଲେ। ଏହି ସୋ’ରେ ସେ ଅନେକ ପ୍ରତିବନ୍ଧକ ଏଡ଼ାଇବାରେ ସଫଳ ହୋଇଥିଲେ। ଏହାଛଡ଼ା, ଏଥିରେ ସେ ତାଙ୍କ ଜୀବନ, ପୂର୍ବତନ ସ୍ତ୍ରୀ ଓ ପୁଅଙ୍କ ବିଷୟରେ ଅନେକ କଥା କହିଥିଲେ।

ଏହି ରିୟାଲିଟି ସୋ’ର ଫିନାଲେରେ ଅଂଶ ଗ୍ରହଣ କରିଥିବା ଅନ୍ୟମାନେ ହେଉଛନ୍ତି, ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରୁଣ ଶ୍ରୀକାନ୍ତ ମହାସେଟ୍ଟୀ।

ସୂଚନାଯୋଗ୍ୟ, ୨୦୨୨ରେ ଫାରୁକୀ ରିୟାଲିଟି ଟିଭି ସୋ ‘ଲକ୍‌ ଅପ୍‌’ର ପ୍ରଥମ ସିଜନ୍‌ରେ ବିଜୟୀ ହୋଇଥିଲେ। ଏହି ସୋ’ର ଉପସ୍ଥାପିକା ଥିଲେ କଙ୍ଗନା ରଣାୱାତ୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button