ଓଡିଶା

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ – bajravana

[ad_1]

କଟକ-ସିଡିଏ: ପୂର୍ବତନ ସାଂସଦ, ରାଜ୍ୟ ପୁଲିସର ଅବସରପ୍ରାପ୍ତ ଆଇଜି, ବିଶିଷ୍ଟ ସାହିତ୍ୟିକ ତଥା କ୍ରୀଡ଼ା ସଙ୍ଗଠକ ଅନାଦି ସାହୁ (୮୪)ଙ୍କର ଆଜି କଟକ ସିଡିଏସ୍ଥିତ ବାସଭବନରେ ପରଲୋକ ‌ଘଟିଛି। ସେ କିଛି ଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଅନାଦି ସାହୁ ୧୯୪୦ ଏପ୍ରିଲ ୧୬ ତାରିଖ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ। ଖଲ୍ଲିକୋଟ କଲେଜରୁ ସ୍ନାତକ ଡିଗ୍ରି ଶେଷ କରି ସେ ପୁଲିସ୍‌ ବିଭାଗରେ ଯୋଗ ଦେଇଥିଲେ। କଟକ ସମେତ ବିଭିନ୍ନ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରି ସେ ଆଇଜି ପଦବିରେ ରହି ଅବସର ନେଇଥିଲେ। ଅପରାଧ ଦମନ ଏବଂ ଅପରାଧୀଙ୍କୁ ଥଇଥାନ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ତାଙ୍କୁ ରାଜ୍ୟର ଚର୍ଚ୍ଚିତ ପୁଲିସ ଅଧିକାରୀର ମାନ୍ୟତା ଦେଇଥିଲା। ଚାକିରିରୁ ଅବସର ନେବା ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ୧୯୯୬ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମେ ବିଜୁ ବାବୁଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିବା ବେଳେ ବିଜୁ ବାବୁ ଇସ୍ତଫା ଦେବା ପରେ ହୋଇଥିବା ଉପ ନିର୍ବାଚନରେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ହରାଇଥିଲେ। ପରେ ୧୯୯୯ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।

ଜଣେ ସାହିତ୍ୟ ସାଧକ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ରାଣୀ କର୍ପୁରଶ୍ରୀ, ମୁଣ୍ଡ ମେଖଳା, ଜଂଗଲି ସହର, ପାନଖିଆ ଖର୍ଚ୍ଚ, ତଥାପି ବଞ୍ଚିଛି, ଗୋଲ ଗାଁରୁ ଗୋଲ ଗମ୍ବୁଜ ଇତ୍ୟାଦି। ସେ ରାଣୀ କର୍ପୁରଶ୍ରୀ ବହି ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ମଧ୍ୟ ରାଷ୍ଟ୍ରପତିଙ୍କ ପୁଲିସ ପଦକ ହାସଲ କରିଥିଲେ। ସେ ଉତ୍କଳ ସାହିତ୍ୟ ସମାଜ, କଳା ବିକାଶ କେନ୍ଦ୍ର ଭଳି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସଂପୃକ୍ତ ଥିଲେ। ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା। ଆଜି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୩ ଝିଅ ସୁଜାତା, ସୁଚେତା, ଶ୍ରଦ୍ଧା, ଜାମାତା ବୈକୁଣ୍ଠ ନାଥ ମହାପାତ୍ର ଓ ଶକ୍ତି ପାଢ଼ୀ, ନାତିନାତୁଣୀ ମୈନାକ, ପ୍ରତୀକ୍ଷା, ପାରମିତା, ଶିଳ୍ପୀ, ନାତୁଣୀ ବୋହୂ ସ୍ୱସ୍ତିଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ସତୀଚୌରାରେ ତ‌ାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ବଡ଼ ଝିଅ ସୁଜାତା ମୁଖାଗ୍ନି ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button