କ୍ରିପ୍ଟୋ କରେନ୍ସି ରୢାକେଟ୍ ଠାବ: ମାଷ୍ଟର୍ମାଇଣ୍ଡ୍ ସମେତ ୭ ଗିରଫ – bajravana

[ad_1]
୪ ଦାମୀ କାର୍, ନଗଦ ୮.୩୪ ଲକ୍ଷ ଟଙ୍କା ଜବତ, ଆକାଉଣ୍ଟ୍ ଫ୍ରିଜ୍ କଲା ପୁଲିସ୍
ବଲାଙ୍ଗୀର: ଦେଶରେ କ୍ରିପ୍ଟୋ କରେନ୍ସି ରୢାକେଟ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ଏଭଳି ଏକ ଗ୍ୟାଙ୍ଗ ବଲାଙ୍ଗୀରରୁ ସକ୍ରିୟ ରହି ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଛି। ମାଷ୍ଟରମାଇଣ୍ଡ୍ ବଲାଙ୍ଗୀରର ପ୍ରଶାନ୍ତ ମେହେର ସମେତ ୭ ଜଣଙ୍କୁ ବଲାଙ୍ଗୀର ପୁଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ବଲାଙ୍ଗୀରର ଦୁଷ୍ମନ୍ତ ମେହେର, ହେମନ୍ତ ମେହେର, ଅମିୟ ପ୍ରଧାନ, କୁମାର ପ୍ରଧାନ, କିଶୋର ଦୀପ ଏବଂ ଯାଜପୁରର ସୁବ୍ରତ ଓଝା। ସେମାନଙ୍କଠାରୁ ନଗଦ ୮ ଲକ୍ଷ ୩୪ ହଜାର ଟଙ୍କା, ଗୋଟିଏ ମର୍ସିଡିଜ୍ ଓ ସ୍କୋଡ଼ା କମ୍ପାନି ସମେତ ଅନ୍ୟ ୨ଟି କାର୍, ୭ଟି ଲାପ୍ଟପ୍, ଗୋଟିଏ ଟାବ୍ଲେଟ୍, ୨୪ଟି ମୋବାଇଲ, ୪ଟି ଦାମୀ ବାଇକ୍ ଜବତ କରାଯାଇଛି। ବଲାଙ୍ଗୀର ସୁଦ୍ପଡ଼ାରେ ସେମାନଙ୍କ ପେଗ୍ମାଟାଇଟ୍ କାର୍ଯ୍ୟାଳୟରୁ ୩୫ଲକ୍ଷ ଟଙ୍କାର ସାମଗ୍ରୀ ଓ ସମ୍ବଲପୁରୀ କପଡ଼ା ଦୋକାନରୁ ୪୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି। ଏଥିସହ ୫୫ଲକ୍ଷ ଟଙ୍କା ଜମାଥିବା ଏକ ଆକାଉଣ୍ଟକୁ ପୁଲିସ୍ ଅଚଳ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଡାଇକେନ୍ ନାମରେ ଏକ କ୍ରିଫ୍ଟ କରେନ୍ସି କମ୍ପାନି ଖୋଲି ଅନ୍ଲାଇନ୍ରେ ବିଭିନ୍ନ ଉତ୍ପାଦ ବିକି ଏମାନେ କୋଟିକୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ଏସ୍ପି ଋଷିକେଶ ଖିଲାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କମ୍ପାନି ଜରିଆରେ ସେମାନେ ପାଖାପାଖି ୨ହଜାର ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକେଇ କରିଛନ୍ତି। ଲୋକଙ୍କୁ ବିଦେଶ ଭ୍ରମଣର ଲାଳସା ଦେଇ ଟଙ୍କା ଲଗାଇବାକୁ ଅଭିଯୁକ୍ତମାନେ ପ୍ରବର୍ତ୍ତାଉ ଥିଲେ। ଟଙ୍କା ଜମା ହେଲେ ତାକୁ ଜମି ବ୍ୟବସାୟରେ ବିନିଯୋଗ କରୁଥିଲେ। ମାଷ୍ଟରମାଇଣ୍ଡ ପ୍ରଶାନ୍ତ ପାଟଣାଗଡ଼ ରୋଡ୍ରେ ଗୋଟିଏ କପଡ଼ା ଦୋକାନ କରିଥିଲେ ମଧ୍ୟ ଏହି ରୢାକେଟ୍କୁ ଦୁଇ ବର୍ଷ ଧରି ଭିତିରିଆ ଭାବେ ପରିଚାଳନା କରୁଥିଲା। ବିଭିନ୍ନ ସ୍ଥାନରୁ ଅଭିଯୋଗ ମିଳିବା ପରେ ଗ୍ୟାଙ୍ଗ୍କୁ ଧରିବା ପାଇଁ ସମ୍ବଲପୁର ଆଇଜି ଏବଂ ବଲାଙ୍ଗୀର ଏସ୍ପିଙ୍କ ତତ୍ତ୍ବାବଧାନରେ ବଲାଙ୍ଗୀର ସଦର ଏସ୍ଡିପିଓ ତୋଫାନ ବାଗ, ସାଇବର ଥାନା ଇନ୍ସପେକ୍ଟର ଜେ. ବେହେରା, ଟାଉନ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଲାଠୋର ଆଇଆଇସି ଝସକେତନ ଭୋଇ, ସାଇବର ଥାନା ଏସ୍ଆଇ ଅବିନାଶ ନାୟକ, ଏସ୍ଆଇ ଆକାଶ ସାମଲ, ଏଏସ୍ଆଇ ହେମନ୍ତ ମିଶ୍ର ଓ ଅର୍ପଣ ମିଶ୍ରଙ୍କୁ ନେଇ ଟିମ୍ ଗଠିତ ହୋଇଥିଲା।
[ad_2]