ମନୋରଞ୍ଜନ

ପୋଷ୍ଟ ସେୟାର କରି ଅସୁସ୍ଥ ଥିବାର ସୂଚନା ଦେଲେ ଦୀପିକା – bajravana

[ad_1]

ମୁମ୍ବାଇ: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଆଜି ପୋଙ୍ଗଲ ବା ମକର ସଂକ୍ରାନ୍ତି ଅବସରରେ ଜାନୁଆରି ୧୫ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ଦୀପିକା ପାଦୁକୋନ ଏକ ନୈରାଶଜନକ ଖବର ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।

ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଦୁଃଖ ପ୍ରକାଶ କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ମୁଁ ଆଜି ‘ଫାଇଟର୍‌’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବି ନାହିଁ। ବହୁତ ମନେପଡ଼ିବ। ଶୁଭେଚ୍ଛା ଟିମ୍‌!

Deepika Padukone

ଦୀପିକା ଏହି ପୋଷ୍ଟରେ କିଛି ଇମୋଜି ସେୟାର ବି କରିଛନ୍ତି, ଯାହା ମାଧ୍ୟମରେ ସେ ଅସୁସ୍ଥ ଥିବା ସୂଚାଇ ଦେଇଛନ୍ତି। ତେବେ ସେ କେଉଁ କାରଣରୁ ଅସୁସ୍ଥ ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ପାରି ନଥିଲା। ତେବେ ଦୀପିକା ଅସୁସ୍ଥ ଥିବା ସଙ୍କେତ ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଆରୋଗ୍ୟ କାମନା କରିଛନ୍ତି।

ଚଳିତବର୍ଷର ଚର୍ଚ୍ଚିତ ସିନେମା ମଧ୍ୟରୁ ଗୋଟିଏ ରହିଛି ‘ଫାଇଟର୍’। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସମେତ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button