ଓଡିଶା

ନିର୍ବାଚନ ପାଇଁ ସଜାଗ ପୁଲିସ: ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାରେ ନାକା, ଯାଞ୍ଚ କଡାକଡି – bajravana

[ad_1]

ମାଲକାନଗିରି: ୨୦୨୪ ମସିହାରେ ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ରହିଥିବା ବେଳେ ମାଲକାନଗିରି ପୁଲିସ ସଜାଗ ହୋଇ ରହିଛି। ଜିଲ୍ଲାର ତିନି ପାର୍ଶ୍ବରେ ୩ଟି ରାଜ୍ୟ ରହିଥିବା ବେଳେ ସୀମାନ୍ତରେ ଯାଞ୍ଚକୁ କଡାକଡି କରିଛନ୍ତି। ୨୪ ଘଣ୍ଟିଆ ଗାଡିକୁ ଯାଞ୍ଚ କରିବା ପାଇଁ ଫୋର୍ସ ନିୟୋଜିତ କରୁଥିବା ବେଳେ ବେଆଇନ ସାମଗ୍ରୀ ଓ ନିଶା ସାମଗ୍ରୀ ଚାଲାଣକୁ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି। ଏନେଇ ମାଲକାଗିରି ଜିଲ୍ଲାରୁ ପଡୋଶୀ ରାଜ୍ୟମାନଙ୍କୁ ସଂଯୋଗ କରୁଥିବା ରାସ୍ତାରେ ନାକା ପୋଷ୍ଟ କରିଛନ୍ତି। ସେଠାରେ ଜିଲ୍ଲାକୁ ଆସୁଥିବା ଓ ଯାଉଥିବା ଗାଡିକୁ ତନତନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

୦୨୪ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଭୋଟର ତାଲିକା ପ୍ରକାଶିତ ହୋଇଥିବା ବେଳେ ଇଭିଏମ୍- ଭିଭିପ୍ୟାଟ୍ ସଚେତନତା ଆରମ୍ଭ ହୋଇଛି। ଏଥିସହ ଇଭିଏମ୍ ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ନିର୍ବାଚନ ପ୍ରସ୍ତୁତିକୁ ନେଇ ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର ସୀମାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟ ରହିଛି। ରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ହେଉଥିବା ବେଳେ ନିଶଦ୍ରବ୍ୟର କାରବାର ହେଉଛି। ଏଥିସହ ମାଲକାନଗିରି ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ମଧ୍ୟ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button