ଅପରାଧ

ମନ୍ଦିରର ଗର୍ଭଗୃହ ଖୋଳିଲେ ଚୋର; ଗ୍ରାମବାସୀ ଭୟଭୀତ – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାରୁ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କିଛି ଚୋର ଫରିଦପୁର ଗ୍ରାମ ନିକଟରେ ଥିବା ମନ୍ଦିର ଚଟାଣ ତଳେ କାଳେ ଟଙ୍କା, ସୁନା ଓ ରୁପା ରହିଛି ତାହାର ସନ୍ଦେହ କରି ଗର୍ଭଗୃହକୁ ଖୋଳି ପକାଇଛନ୍ତି। ଏହି ଅଘଟଣ ସମ୍ପର୍କରେ ଖବର ପାଇ ପୁଲିସ ଏସପି ରଞ୍ଜିତ କୁମାର, ଇନ୍ସପେକ୍ଟର ପ୍ରଦୀପ ସିଂହ  ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏଥିସହିତ ମନ୍ଦିର ଆଖପାଖର ସିସିଟିଭି ଦେଖି ଚୋରଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି।

ସୂଚନାଯୋଗ୍ୟ, ଗତଶନିବାର ସକାଳେ ପ୍ରତିଦିନ ଭଳି ପୂଜାରୀଙ୍କ ସମେତ ଯେତେବେଳେ ଗ୍ରାମବାସୀମାନେ ମନ୍ଦିରରେ ପହଞ୍ଚିଥିଲେ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନ୍ଦିରର ଜିନିଷ ପତ୍ର ଚାରିଆଡେ ଛିନଛତ୍ର ହୋଇପଡ଼ି ରହିଥିବା ବେଳେ ସ୍ଥାନେସ୍ଥାନେ ଗାତ ଖୋଳା ଯାଇଥିଲା।

ଶୁକ୍ରବାର ଓ ଶନିବାର ରାତିରେ ଚୋରମାନେ ଗ୍ରାମନିକଟରେ ଥିବା ପାତାଳେଶ୍ବର ଶିବମନ୍ଦିର ଭିତରେ ପଶି ଚୋରି କରିଥିଲେ। ମନ୍ଦିରର ଦାନବାକ୍ସ ଚୋରି କରିବା ସହିତ ଶିବଲିଙ୍ଗ ନିକଟରେ ଥିବା ମନ୍ଦିରର ଗର୍ଭଗୃହକୁ  ୫ଫୁଟ ପର୍ଯ୍ୟନ୍ତ ଖୋଳି ପକାଇଥିଲେ। ତେବେ ଘଟଣାସ୍ଥଳରୁ ଚୋରଙ୍କୁ କ’ଣ ମିଳିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଫେରାର ଥିବା ଚୋରଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button