ଓଡିଶା

୭୭୫ କିଲୋ ଗଂଜେଇ ଜବତ, ୨ ଗିରଫ – bajravana

[ad_1]

ମାଲକାନଗିରି: କାଲିମେଳା ପୁଲିସ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି। ପୁଲିସ ଏସଆଇ ଏସ କେ ବିଶ୍ବାସ ବିଶେଷ ସୂତ୍ରର ଖବର ପାଇଥିଲେ ଯେ ପାପଲୁର ପଞ୍ଚାୟତର ପେଟାଲ ଗ୍ରାମ ନିକଟସ୍ଥ ଜଂଗଲରେ କିଛି ବ୍ୟକ୍ତି ଗଂଜେଇ ଲୁଚାଇ ରଖିଛନ୍ତି। ତୁରନ୍ତ ଏସଆଇ ଶ୍ରୀ ବିଶ୍ବାସ ଏକ ଟିମ ଗଠନ କରି ଜଂଗଲରେ ଚଢାଉ କରିଥିଲେ। ଗଂଜେଇକୁ ଜଂଗଲର ଏକ ନିର୍ଜନ ସ୍ଥାନରେ ପୋତାଯାଇଥିଲା।

ପୁଲିସ ଗଂଜେଇ ଉଦ୍ଧାର କରି ଓଜନ କରିବା ପରେ ସେଠାରେ ୭୭୫ କିଲୋ ଗଂଜେଇ ରଖାଯାଇଥିବା ଜଣାପଡିଥିଲା। ତୁରନ୍ତ ଏହି ଘଟଣାରେ ସାମିଲ ଥିବା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମର ଜଗତରାୟ ମୁଦୁଲି ଏବଂ ସୋନା ମୁଦୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏମାନଙ୍କ ଠାରୁ ପୁଲିସ ଦୁଇଟି ମୋବାଇଲ ଫୋନ୍‌, ଆଧାରକାର୍ଡ, ପାନକାର୍ଡ ଇତ୍ୟାଦି ଜବତ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button