ମନୋରଞ୍ଜନ

୨୦୨୪ର ବହୁ ଆକାଂକ୍ଷିତ ସିନେମା – bajravana

[ad_1]

ସିନେପ୍ରେମୀମାନଙ୍କ ପାଇଁ ୨୦୨୩ ବର୍ଷ ବେଶ୍‌ ଉତ୍ସାହପୂର୍ଣ୍ଣ ଥିଲା। ୨୦୨୪ର ପଦାର୍ପଣ ସାଙ୍ଗକୁ ଆଗାମୀ ସମୟରେ ଆସିବାକୁ ଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମୁକ୍ତିଲାଭର ଅବଗଣନା ଆରମ୍ଭ ହୋଇଗଲାଣି। ଯାହା ଜଣାପଡୁଛି, ୨୦୨୪ ମସିହା ପୂର୍ବ ବର୍ଷ ଅପେକ୍ଷା ଅଧିକ ଉଦ୍ଦୀପନା ନେଇ ଆସିଛି। ଏ ବର୍ଷ ମୁକ୍ତିଲାଭ କରିବାକୁ ଥିବା ସିନେମାଗୁଡ଼ିକ ମଧ୍ୟରେ ‘ସିଂହମ୍‌ ଏଗେନ୍‌’, ‘ଜୋକର: ଫୋଲି ଏ ଡ୍ୟୁକ୍ସ’, ‘ଫାଇଟର’, ‘ମାଡାମ୍‌ ୱେଭ୍‌’, ‘ପୁଷ୍ପା: ଦ ରୁଲ୍‌’ ସମେତ ବହୁ ଜାତୀୟ ଏବଂ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଭରପୂର ମନୋରଞ୍ଜନର ପ୍ରତିଶ୍ରୁତି ନେଇ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଅପେକ୍ଷା କରି ରହିଛନ୍ତି। ଏ ପରିପ୍ରେକ୍ଷୀରେ ଦ୍ବିତୀୟ ସପ୍ତାହ ଅର୍ଥାତ୍‌ ଜାନୁଆରି ୧୨ରେ ମୁକ୍ତିଲାଭ କରିବାକୁ ଯାଉଛି ବିଜୟ ସେତୁପତି ଓ କାଟ୍ରିନା କୈଫ୍‌ ଅଭିନୀତ ରୋମାଞ୍ଚଭରା ଚଳଚ୍ଚିତ୍ର ‘ମେରି ଖ୍ରୀଷ୍ଟମାସ’। ତାହାର ଠିକ୍‌ ଦୁଇ ସପ୍ତାହ ପରେ ୨୫ ତାରିଖରେ ଖେଳିବ ଦୀପିକା ପାଦୁକୋଣ ଓ ଋତିକ ରୋଶନ ଅଭିନୟ କରିଥିବା ‘ଫାଇଟର’। ତାହା ପରେ ଫେବ୍ରୁଆରି ୧୨ରେ ଦେଖିବାକୁ ମିଳିବ ଡାକୋଟା ଜନ୍‌ସନ୍‌ଙ୍କ ପରବର୍ତ୍ତୀ ଇଂରେଜୀ ଫିଲ୍ମ ‘ମାଡାମ୍‌ ୱେବ’।

ଏଥି ସହିତ ବିଜ୍ଞାନଭିତ୍ତିକ ଇଂରେଜୀ ସିନେମା ‘ଡ୍ୟୁନ୍’ର ଦ୍ବିତୀୟ ଭାଗ ମାର୍ଚ୍ଚ ପହିଲାରେ ମୁକ୍ତିଲାଭ କରିବ। ସେହିପରି ମେ’୨୪ରେ ପ୍ରେକ୍ଷାଳୟମାନଙ୍କରେ ଖେଳିବାକୁ ଅଛି ଅନ୍ୟତମ ଇଂରେଜୀ ସିନେମା ‘କିଙ୍ଗଡମ୍‌ ଅଫ୍‌ ଦି ପ୍ଳାନେଟ୍‌ ଅଫ୍‌ ଦି ଏପ୍‌ସ’। ତାହାର ଦୁଇମାସ ପରେ ଅନ୍ୟତମ ବହୁପ୍ରତୀକ୍ଷିତ ଇଂରେଜୀ ସିନେମା ‘ଡେଡ୍‌ପୁଲ୍‌ ୩’ର ମୁକ୍ତିଲାଭ ତାରିଖ ରହିଛି ଜୁଲାଇ ୨୬। ଅଗଷ୍ଟ ୧୫ରେ ‘ପୁଷ୍ପା: ଦି ରୁଲ୍‌’ ମାଧ୍ୟମରେ ଦର୍ଶକ ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପ୍ରତ୍ୟାବର୍ତ୍ତନକୁ ଦେଖିବେ। ଅକ୍‌ଟୋବର ମାସରେ ଓସ୍କାର ବିଜେତା ଜୋକ୍ବିନ୍‌ ଫିନିକ୍ସ ଅଭିନୀତ ଅନ୍ୟତମ ଇଂରେଜୀ ସିନେମା ‘ଜୋକର: ଫୋଲି ଏ ଡ୍ୟୁକ୍ସ’ ଆସିବ ବୋଲି ଆଶା କରାଯାଉଛି। ସେହିପରି ପ୍ରଭାଶ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଓ କମଲ ହାସନଙ୍କ ଭଳି ତାରକା ଖଚିତ ଅନ୍ୟତମ ବ୍ୟୟବହୁଳ ସିନେମା ‘କଳ୍‌କି ୨୮୯୮ ଏଡି’କୁ ମଧ୍ୟ ଚଳିତବର୍ଷ ଶେଷଭାଗ ଆଡ଼କୁ ଦେଖିବାକୁ ମିଳିବ। କମଲ ହାସନଙ୍କ ‘ଇଣ୍ଡିଆନ୍‌ ୨’ ମଧ୍ୟ ବର୍ଷ ଶେଷ ଆଡ଼କୁ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍‌ଙ୍କ ଚର୍ଚ୍ଚିତ ସିନେମା ‘ସିଂହମ୍‌’ର ତୃତୀୟ ଭାଗ ‘ସିଂହମ୍‌ ଏଗେନ୍‌’ ମଧ୍ୟ ଏ ବର୍ଷ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। ଏଥିରେ କରୀନା କପୁର, ଅକ୍ଷୟ କୁମାର ଓ ରଣବୀର ସିଂହଙ୍କ ସମେତ ନୂଆ କରି ସେମାନଙ୍କ ସହ ଯୋଗଦେଉଥିବା ଟାଇଗର ସ୍ରୋଫ୍‌ ଓ ଦୀପିକା ପାଦୁକୋଣଙ୍କ ଯୋଡ଼ି ମନୋରଞ୍ଜନକୁ ବହୁଗୁଣିତ କରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button