ମନୋରଞ୍ଜନ

ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ ଧନ୍ୟବାଦ ଜଣାଇଲେ ରଣଦୀପ – bajravana

[ad_1]

ନୂଆଦିଲ୍ଲୀ: ରବିବାର ସରବଜିତଙ୍କ ହତ୍ୟାକାରୀକୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜକୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଏହି ଖବର ଆସିବା ପରେ ଏବେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ହତ୍ୟା କରିିଥିବା ଅଜଣା ଯୁବକଙ୍କୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି।

ରଣଦୀପ, ସରବଜିତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ତାଙ୍କ ଭୂମିକାରେ ନଜର ଆସିଥିଲେ। କିଭଳି ଜେଲରେ ରହି ସରବଜିତ୍ କଷ୍ଟ ପାଇଥିଲେ ତାହା ପରଦାରେ ଦେଖିଥିଲେ ଦର୍ଶକ। ୨୦୧୩ରେ ଜେଲରେ ତାଙ୍କର ହତ୍ୟା କରିଥିଲା ଆମୀର ସରଫରାଜ। ଏବେ ତାକୁ କିଛି ଅଜଣା ଯୁବକ ଗୁଳି କରି ହତ୍ୟା କରିବା ପ‌ରେ ରଣଦୀପ ଖୁସି ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦, ୧୯୯୦ରେ ସରବଜିତ୍ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ଲାହୋର ଏବଂ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସରବଜିତଙ୍କ ହାତ ଥିବା ଅଭିଯୋଗ କରି ତାଙ୍କୁ ଜେଲରେ ବନ୍ଦୀ କରିଦିଆଯାଇଥିଲା। ୧୯୯୧ରେ ସରବଜିତ ସିଂଙ୍କୁ ବୋମା ବିସ୍ଫୋରଣ କରିଥିବା ଅଭିଯୋଗରେ ଫାଶୀଦଣ୍ଡ ଦିଆଯାଇଥିଲା। ହେଲେ ପରେ ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ତାଙ୍କ ଦଣ୍ଡ ଘୁଞ୍ଚାଇ ଚାଲିଥିଲେ। ଏମଧ୍ୟରେ ୨୦୧୩ରେ ଆମୀର ସରଫରାଜ ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା। ଏହା ପରେ ସରବଜିତଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button