ଓଡିଶା

ପରିବା ଦର କମିବାର ନାଁ ଧରୁନି, ପଚାଶ ଉପରେ ପ୍ରାୟ ପରିବା – bajravana

[ad_1]

ଭୁବନେଶ୍ୱର: ମାର୍ଗଶୀର ସରି ପୁଷମାସ ଆରମ୍ଭ ହେଲାଣି । କିନ୍ତୁ ବଜାରରେ ଏବେ ବି କୌଣସି ପରିବା ୫୦ ଟଙ୍କାରୁ କମ ନୁହଁ । ବଜାରରେ ଫୁଲକୋବି ୫୦ଟଙ୍କାରୁ କମ ନାହିଁ, ବନ୍ଧାକୋବି ମଧ୍ୟ ଉଚ୍ଚ ଦରରେ ଥିବା ବେଳେ ବିନ ୮୦, ପୋଟଳ ୬୦, ବାଇଗଣ ୫୦ ରୁ ୬୦, ଛୁଇଁ ୧୦୦, ଟମାଟ ୩୦ ରୁ ୪୦, ଫଳକୋବି ୫, କ୍ୟାପଶିକମ ୧୦୦, ଭେଣ୍ଡି ୬୦ ଟଙ୍କା ଦରରେ ବିକ୍ରି ହେଉଛି । ବଜାରକୁ ଆସିଲେ ୫୦୦ ଟଙ୍କାରରେ ମଧ୍ୟ ବ୍ୟାଗ ପୂର୍ଣ୍ଣ ହେଉନାହିଁ ।

ଶୀତ ଦିନରେ ଭଲ ପରିବା କମ ଦରରେ ମିଳିବା କଥା । କିନ୍ତୁ ବଜାରରେ ପରିବା ରହିଛି ସତ ଦର କମ ନୁହଁ । ବଜାରକୁ ପ୍ରତିଦିନ ଟନ ଟନ ପରିବା ଆସୁଛି । କିନ୍ତୁ ବ୍ୟବସାୟୀଙ୍କୁ ମଧ୍ୟ ଉଚ୍ଚ ଦରରେ ପରିବା କିଣିବାକୁ ପଡୁଛି, ଯାହାଫଳରେ ସେମାନେ ମଧ୍ୟ ଉଚ୍ଚ ଦରରେ ବିକ୍ରି କରୁଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଯେତିକି ଅମଳ ହେଉଛି ଚାଷୀ ମଧ୍ୟ ଅଧିକ ଦରରେ ବିକ୍ରି କରୁଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button