ଓଡିଶା

ଅମର୍ଦରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟର +୨ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି  କୃତିତ୍ବ ହାସଲ କରିଥିବା ଛାତ୍ରଙ୍କୁ ଡିଭାଇନ ଏଞ୍ଜେଲ ଟ୍ୟୁଟରାଲ ପକ୍ଷରୁ ସମ୍ବର୍ଦ୍ଧନା।

ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଓ ଗଣିତରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ଡିଭାଇନ ଏଞ୍ଜେଲ ଟ୍ୟୁଟ୍ରାଲ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି। ଅମର୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଛାତ୍ର ସତ୍ୟ ପ୍ରକାଶ ବେହେରା ୬୦୦ ନମ୍ବର ରୁ ୫୧୨ ଓ ଶୁଭଙ୍କର ଦାସ ୬୦୦ ନମ୍ବର ରୁ ୪୯୮ ନମ୍ବର ରଖିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କୃତି ଛାତ୍ରଙ୍କୁ ଅଭିଭାବକ,ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ସ୍ଥାନୀୟ ଡିଭାଇନ ଏଞ୍ଜେଲ ଟ୍ୟୁଟାରାଲ ପରିସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କବି ତଥା ଅନୁଷ୍ଠାନର ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାଳିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରବିନ୍ଦ୍ର କୁମାର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସ୍ମିତାରାଣୀ ପଣ୍ଡା ଯୋଗଦେଇ କୃତି ଛାତ୍ରଙ୍କୁ  ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ପିଢ଼ି ପାଇଁ ଏହି ଛାତ୍ର ଛାତ୍ରୀମାନେ ଆମ୍ଭମାନଙ୍କ ଭବିଷ୍ୟତ ଏବଂ ପ୍ରେରଣା।ଏହି ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କ ସହିତ ଆମ୍ଭ ଅଞ୍ଚଳର କୀର୍ତ୍ତି ମଣ୍ଡିତ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏଭଳି ସମ୍ବର୍ଦ୍ଧିତ କରି ଆଗାମୀ ପିଢ଼ି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ଆମ୍ଭର ଲକ୍ଷ୍ୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନା ଛାତ୍ର ବିକାଶ କୁମାର ପରିଡା କରିଥିବା ବେଳେ ଶେଷରେ ସୁଭଜିତ ଦାସଅଧିକାରି ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button