ଖେଳ ଖବର

ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍: କର୍ଣ୍ଣାଟକକୁ ହରାଇ ପ୍ରୟାଗରାଜ ବିଜେତା – bajravana

[ad_1]

ଉମରଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍, ନିତିଶଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର

ବୀରମହାରାଜପୁର: ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଏନ୍‌ଏନ୍‌ଏସ୍‌ କ୍ରିକେଟ୍‌ ଏକାଡେମୀ ବିଜେତା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଗୁଲବର୍ଗା ସିଟି-୧୧ (କର୍ଣ୍ଣାଟକ)କୁ ହରାଇ ପ୍ରୟାଗରାଜ ବିଜେତା ହୋଇଛି। ଏମ୍‌ଡି ଉମରଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍ ଓ ନିତିଶଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା।

ପୂର୍ବ ଦିନଗୁଡ଼ିକ ଭଳି ଆଜିର ମ୍ୟାଚ୍‌ ମଧ୍ୟ ଦୁଇଟି ଫର୍ମାଟରେ ଖେଳା ଯାଇଥିଲା। ପ୍ରୟାଗରାଜ ଦଳ ପ୍ରଥମ ଫର୍ମାଟରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୯ ରନ୍‌ କରିଥିଲା। ଦଳର ଏମଡି ଉମର ୫୪ ଓ ରୁଦ୍ର ପ୍ରତାପ ୫୧ ରନ୍‌ କରିଥିଲେ। ବିପକ୍ଷର ନିତିଶ ୱାଣିକଲ୍ୟା ଓ ନିହାଲ ସେକ୍ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ଦଳ ୧୫.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ୍‌ ସଂଗ୍ରହ କରିଥିଲା। ଦଳର ସନ୍ତୋଷ ହାଟି ୨୭ ଓ ମହେଶ ରେଡ୍ଡୀ ୨୫ ରନ୍‌ କରିଥିଲେ। ବିପକ୍ଷ ଏମଡି ଉମର ୩ ଟି ଓ ସୌରଭ ଶୁକ୍ଳା ୨ଟି ଉଇକେଟ ନେଇଥିଲେ।

ଦ୍ଵିତୀୟ ଫର୍ମାଟ୍‌ରେ ଆହ୍ଲାବାଦ ୮.୨ ଓଭରରେ ସମସ୍ତ ୱିକେଟ ହରାଇ ୬୯ ରନ୍‌ କରିଥିଲେ। ଦଳର ବିପିନ ତ୍ରିପାଠୀ ୩୩ ରନ୍‌ କରିଥିଲେ। ବିପକ୍ଷ ନିହାଲ ସେକ୍‌ ୫ଟି ୱିକେଟ୍‌ ନେଇଥିଲେ। ଜବାବରେ କର୍ଣ୍ଣାଟକ ଦଳ ୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୬୮ରନ୍‌ କରିଥିଲା। ଦଳର ଅଭିଷେକ କୁମାର ୩୩ ରନ୍‌ କରିଥିଲେ। ବିପକ୍ଷ ଶୁଭମ୍ ମିଶ୍ରା ୨ଟି ୱିକେଟ୍‌ ନେଇଥିଲେ। ଉଭୟ ଫର୍ମାଟରେ ବିଜୟୀ ହୋଇ ପ୍ରୟାଗରାଜ ଦଳ ବିଜେତା ହୋଇଥିଲା।

ଆୟୋଜକ ପକ୍ଷରୁ ସଭାପତି ସୁଶିଲ ପ୍ରଧାନଙ୍କ ପୌରିହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବକୁ ପ୍ରାଣବନ୍ଧୁ ସାହୁ ସଂଯୋଜନା କରିଥିଲେ। ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ରଘୁନାଥ ଜଗଦଲା, ଗ୍ରାମ୍ୟ କମିଟି ସଭାପତି ବିଭୀଷଣ ବାରିକ, ଜୟଶ୍ରୀ ଜୁବିଲି ବାଘ, ରମଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପ୍ରୟାଗରାଜର ଏମ୍‌ଡି ଉମରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍, କର୍ଣ୍ଣାଟକର ନିତିଶ ୱାଣିକଲ୍ୟାଙ୍କୁ ମ୍ୟାନ ଅଫ୍‌ ଦି ସିରିଜ, ନିହାଲ ସେକଙ୍କୁ ଶ୍ରେଷ୍ଠ ବୋଲର, ନିଶାନ୍ତ ସିଂଙ୍କୁ ଶ୍ରେଷ୍ଠ ଵ୍ୟାଟର ଭାବେ ପୁରସ୍କୃତ କରାଯାଇଥିଲା। ଅମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହକୁର ସ୍କୋରର, ଚମାରୁ ମହାକୁର ଅନ୍‌ଲାଇନ ସ୍କୋରର ଏବଂ ଆଶିଷ ଦେଓ, ମ୍ୟାକମିଲନ ମହାକୁର, ପୀତାମ୍ବର ସାହୁ ଓ ପ୍ରାଣବନ୍ଧୁ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button