ଖେଳ ଖବର

ଦିନିକିଆ ବିଶ୍ବକପ୍‌: ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ – bajravana

[ad_1]

ଚେନ୍ନାଇ: ଚଳିତ ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଲଗାତାର ୩ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି। ଏହା ମଧ୍ୟରେ ଆଫଗାନିସ୍ତାନ ବିପକ୍ଷ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ପ୍ରଶଂସକ ତଥା ଦେଶର କ୍ରିକେଟ୍‌ ବୋର୍ଡଙ୍କୁ ବିକଳ୍ପ ବ୍ୟବସ୍ଥା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତେଣୁ ବାବର ଆଜମଙ୍କ ନେତୃତ୍ବ ଏବେ ଝୁଲନ୍ତା ସ୍ଥିତିରେ ପହଞ୍ଚିଛି। ପୁଣି ଥରେ ବିଜୟ ଧାରାକୁ ଫେରବାକୁ ହେଲେ ପାକିସ୍ତାନକୁ ଶୁକ୍ରବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବାଧା ପାର୍‌ କରିବାକୁ ହେବ। ବର୍ତ୍ତମାନସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିଲେ ସୁଦ୍ଧା ଏହାର ନେଟ୍‌ ରନ୍‌ରେଟ୍‌ ସମସ୍ତଙ୍କଠୁ ଉଚ୍ଚ ରହିଛି। କ୍ବିଣ୍ଟନ ଡି’କକ୍‌ଙ୍କ ତୃତୀୟ ଶତକ ସହିତ ଦକ୍ଷିଣ ଆଫ୍ରିକା କ୍ରମାଗତ ୩୦୦ରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିବା ପାକିସ୍ତାନକୁ ସତର୍କ ରହିବାକୁ ବାଧ୍ୟ କରିଛି। ତେଣୁ ଚେନ୍ନାଇର ସ୍ପିନ୍‌ ସହଯୋଗୀ ପିଚ୍‌ରେ ଦକ୍ଷିଣ ଆଫ୍ରିକାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ପାକିସ୍ତାନୀ ଖେଳାଳିଙ୍କୁ ସମସ୍ତ ତିନି ବିଭାଗରେ ସଫଳ ହେବାକୁ ପଡ଼ିବ। ନଚେତ୍‌ ଚତୁର୍ଥ ପରାଜୟ ପାକିସ୍ତାନକୁ ପ୍ରତିଯୋଗିତାରୁ ବିଦାୟ ରାସ୍ତା ଆଡ଼କୁ ନେଇଯିବ।

ଯଦି ବ୍ୟାଟିଂକ୍ରମକୁ ତୁଳନା କରାଯାଏ, ତାହେଲେ ଦକ୍ଷଣ ଆଫ୍ରିକା ପାଇଁ ଡି’କକ୍‌ ଓ ହେନରିକ୍‌ କ୍ଲାସେଁ ନିୟମିତ ବାଉଣ୍ଡରି ମାରି ଦଳକୁ ବଡ଼ ରନ୍‌ ଅଭିମୁଖେ ନେଉଛନ୍ତି। କିନ୍ତୁ ପାକିସ୍ତାନୀ ବ୍ୟାଟର୍‌ମାନେ ବାଉଣ୍ଡରି ପାଇବାକୁ ସଂଘର୍ଷ କରିଆସୁଛନ୍ତି। କେବଳ ଏତିକି ନୁହେଁ ସାହିନ ଶାହ ଆଫ୍ରିଦିଙ୍କ ନେତୃତ୍ବାଧିନ ବୋଲିଂ ବାହିନୀ ଏପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ପାଇପାରିନାହାନ୍ତି। ଆଫ୍ରିଦି ପ୍ରାରମ୍ଭିକ ୱିକେଟ୍‌ ପାଉ ନଥିଲା ବେଳେ ହାରିସ ରୌଫ ବ୍ୟୟବହୁଳ ହେଉଛନ୍ତି। ହାସନ ଅଲ୍ଲୀ, ଉସମା ମିର୍‌ ମଧ୍ୟ ଭାରତୀୟ ପିଚ୍‌ରେ ସଂଘର୍ଷ କରୁଥିବା ଦେଖାଯାଇଛି। ବିଶେଷ କରି ପାକିସ୍ତାନ ପାଇଁ ଗୁଣାତ୍ମକ ସ୍ପିନର୍‌ ଅଭାବ ରହୁଥିବାରୁ ଏହା ଦଳକୁ ସବୁବେଳେ ପଛକୁ ଠେଲୁଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡ଼ା, ମାର୍କୋ ୟାନସେନ, ଗେରାଲ୍ଡ ଗୋଏଜି ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଉନାହାନ୍ତି। ତେଣୁ ଏମାନଙ୍କ ସାମ୍ନାରେ ପାକିସ୍ତାନୀ ବ୍ୟାଟର୍‌ ଚେପକ୍‌ ପିଚ୍‌ରେ ଆହ୍ବାନର ସାମ୍ନା କରି‌ବେ।

ସମ୍ଭାବ୍ୟ ପାକିସ୍ତାନ ଦଳ: ଅବଦୁଲ୍ଲା ସଫିକ, ଇମାମ ଉଲ ହକ୍‌, ବାବର ଆଜମ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିକାର ଅହମଦ, ଉସମା ମିର, ସଦାବ ଖାନ/ମହମ୍ମଦ ନୱାଜ, ହାସନ ଅଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ/ମହମ୍ମଦ ୱାସିମ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ/ତେମ୍ବା ବଭୂମା, ରାସି ଭାନ ଡର ଡସନ, ଐଦେନ ମାରକ୍ରମ, ହେନରିକ କ୍ଲାସେଁ, ଡେଭିଡ ମିଲର, ମାର୍କୋ ୟାନସେନ, ଗେରାଲ୍ଡ କୋଏଜି, କେଶବ ମହାରାଜ, କାଗିସୋ ରବାଡ଼ା, ଲିଜାଡ଼ ୱିଲିୟମ୍ସ/ତାବ୍ରେଜ ସାମ୍‌ସି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button