ଅପରାଧ

ଫେରାର ଅଭିଯୁକ୍ତକୁ ଧରିବାକୁ ଯାଇଥିବା କନଷ୍ଟେବଳଙ୍କୁ ଗୁଳି; ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ – bajravana

[ad_1]

୨ମାସ ପରେ ହୋଇଥାଆନ୍ତା ବିବାହ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କନୌଜରେ  ହତ୍ୟା ସହ ୨୦ଟି ମାମଲାର ମୋଷ୍ଟୱାଣ୍ଟେଡ ଅଶୋକ ଯାଦବକୁ ଧରିବା ୪ଜଣିଆ ପୁଲିସ୍‌ ଦଳ ଯାଇଥିଲେ। ଅଶୋକ ଓ ତା’ ପୁଅକୁ ପୁଲିସ ଧରିଥିବା ବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ପୁଲିସ ଗୁଳି କରିଥିଲା।

ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ଅଶୋକ ଓ ତା’ ପୁଅ ହଠାତ୍ ପୁଲିସ ଦଳ ଉପରକୁ ଅତର୍କିତ ଗୁଳି କରିଥିଲେ। ଏହି ଗୁଳିରୁ ଗୋଟିଏ ଗୁଳି କନଷ୍ଟେବଳ ସଚିନ ରାଠିଙ୍କ ଜଙ୍ଘରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଳ ସଚିନଙ୍କ ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ସଚିନ ରାଠିଙ୍କ ଦୁଇମାସ ପରେ ବିବାହ ହେବାର ଥିଲା। ବିବାହ ତାରିଖ ବି ସ୍ଥିର ହୋଇଯାଇଥିଲା।  ଫେବୃଆରି ୫ ତାରିଖ‌ରେ ସଚିନ ଜଣେ ମହିଳା କନଷ୍ଟେବଳଙ୍କୁ ବିବାହ କରିଥାଆନ୍ତେ। ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏହାରି ଭିତରେ ସବୁ ଓଲଟପାଲଟ ହୋଇଗଲା। ସଚିନଙ୍କ ମୃତ୍ୟୁ ଖବର ଆସିବା ପରେ ପୁଅ ଓ ଝିଅ ଉଭୟଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ଭାବି ସ୍ବାମୀ ସଚିନଙ୍କ ମୃତଦେହକୁ ଦେଖିବା ପରେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି ମହିଳା କନଷ୍ଟେବଳ। ସଚିନଙ୍କ ଭାବି ସ୍ତ୍ରୀ ବିବାହକୁ ନେଇ ଦେଖିଥିବା ସବୁ ଆଶା ଆକାଂକ୍ଷା କିଛି କ୍ଷଣ ମଧ୍ୟରେ ଭାଙ୍ଗି ରୁଜି ଚରମାର ହୋଇଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button