ଅପରାଧ
ଦାଦନ ସର୍ଦ୍ଦାରଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ – bajravana
[ad_1]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜୋରପଦାର ଉମେଶ ନାୟକ ୪ ଜଣ ଯୁବକଙ୍କୁ ଦାଦନ ଖଟିବାକୁ ଗୋଆ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଥିଲେ। ଏ ନେଇ ପରିବାର ଲୋକେ ଗତ ୨୦୧୬ ମସିହା ଜାନୁଆରି ୨୮ ତାରିଖରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଥିଲେ। ଟାଉନ ଥାନା ପୁଲିସର ଏକ ଟିମ୍ ଗୋଆ ଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିଲା। ଫଳରେ ଦାଦନ ସର୍ଦ୍ଦାର ଉମେଶଙ୍କୁ ଅପହରଣ ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ମୃତିଲେଖା ବାରିକ ମାମଲାର ଶୁଣାଣି କରି ଅଭିଯୁକ୍ତ ଉମେଶଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୬ ମାସ ଅଧିକ ଜେଲ ଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି। ଅତିରିକ୍ତ ପିପି ବଟକୃଷ୍ଣ ଆଚାର୍ଯ୍ୟ ମାମଲା ପରିଚାଳନା କରିଥିଲେ।
[ad_2]