ଓଡିଶା

କିରିବୁରୁ-ବାଂଶପାଣି ରେଳଲାଇନ୍‌ ଖୁବ୍‌ ଶୀଘ୍ର, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ – bajravana

[ad_1]

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳପ୍ରକଳ୍ପ କାର୍ଯ୍ୟାରମ୍ଭ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଆଜି ନୂଆଦିଲ୍ଲୀରେ ଶ୍ରୀ ଓରାମ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ରେଳ ବିକାଶକୁ ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ପ୍ରସ୍ତାବିତ ବିଭିନ୍ନ ରେଳପ୍ରକଳ୍ପର ଶିଳାନ୍ୟାସ କରିବାକୁ ଅନୁରୋଧ କରିଛନ୍ତି।

ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବିମଳାଗଡ଼ ତାଳଚେର ରେଳଲାଇନ (ବିମଳାଗଡ଼ ପଟୁ), ବିମଳାଗଡ଼ ବରସୁଆଁ ଦ୍ୱିତୀୟ ରେଳଲାଇନ, ଝାରସୁଗୁଡା ଠାରୁ କୁନକୁରି ପର୍ଯ୍ୟନ୍ତ ନୂଆ ରେଳଲାଇନ, ଡୁମରେତIରୁ ବିମଳାଗଡ଼ ତୃତୀୟ ଓ ଚତୁର୍ଥ ରେଳ୍ଲାଇନ, କରମପଦIରୁ କିରିବୁରୁ ରେଳଲାଇନ, ବଡ଼ବିଲରୁ ନୟାଗଡ (ବାଂଶପାଣି ) ରେଳ ଲାଇନ, ବରସୁଆଁରୁ ନୟାଗଡ (ବାଂଶପାଣି) ରେଳ ଲାଇନ, ପାନପୋଷ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ, ବିମଳାଗଡ଼ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ କରିବା। ସେମିତି ରାଉରକେଲା ରେଳଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ, ରାଉରକେଲା ମାଲଗୋଦାମଠାରେ ରେଳ ଓଭାର ବ୍ରିଜ ନିର୍ମାଣ, ବିମଳାଗଡ଼ରୁ କରମପଦI ଦ୍ଵିତୀୟ ରେଳ ଲାଇନ, ଲାଠିକଟଟାରୁ କଲୁଙ୍ଗା ରେଳଲାଇନ (ରାଉରକେଲା ବIଇପାସ), ଗଗନପୋଷ (ଗୀତାରାଣୀ ମହାନ୍ତି ଏବଂ ଜେଏସ୍‌ଡବ୍ଲ୍ୟୁ) ଠାରେ ୨ଟି ଲୋଡିଂ ହବ୍‌ ଓ ଝାଡ଼ତରଙ୍ଗ (ରାଉରକେଲା ଓ କଲୁଙ୍ଗା ରେଳ ଲାଇନ ଠାରୁ ଗତିଶକ୍ତି ସାଇ ମନ୍ଦିର) ନୂଆ ଲୋଡିଂ ହବ୍‌ ଇତ୍ୟାଦି ରହିଛି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ କେତେକ ଟ୍ରେନର ରହଣି ପାଇଁ ମଧ୍ୟ ଶ୍ରୀ ଓରାମ୍ ଦାବି କରିଥିଲେ।

ତେବେ ଶ୍ରୀ ଓରାମଙ୍କ ଅନୁ‌ରୋଧକୁ କେନ୍ଦ୍ର ରେଳମନ୍ତ୍ରୀ କେତେ ପ୍ରାଥମିକତା ଦେଉଛନ୍ତି, ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button