ଓଡିଶା

କଳାଧନ, ବିମୁଦ୍ରୀକରଣକୁ ନେଇ ଧୀରଜ ସାହୁ କରିଥିବା ଟ୍ବିଟ୍‌ ଭାଇରାଲ୍‌ – bajravana

[ad_1]

ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଆୟକର ଚୋରିର ଅଭିଯୋଗ ଲାଗିଛି। ଏହାକୁ ନେଇ ଆୟକର ବିଭାଗର ଅଧିକାରୀମା‌ନେ ଝାଡଖଣ୍ଡ ଓ ଓଡ଼ିଶାର ଅନେକ ସ୍ଥାନରେ ଚଢ଼ଉ କରିଥିଲେ। ଆୟକର ବିଭାଗ ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ବେଳେ ଧୀରଜ ସାହୁଙ୍କ କିଛି ଟୁଇଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଧୀରଜ କଳାଧନ ଓ ଦୁର୍ନୀତି ଘଟଣାକୁ କେନ୍ଦ୍ର କ‌ରି ମୋଦୀଙ୍କୁ କଟାକ୍ଷ କରିଥିବା ଜଣାପଡ଼ିଛି। ବିଜେପି ଧୀରଜ ସାହୁଙ୍କ ଏସବୁ ଟୁଇଟକୁ ସେୟାର କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ମୋଦୀଙ୍କୁ ଆ‌‌‌କ୍ଷେପ କରି କରିଥିବା ଟୁଇଟରେ ଧୀରଜ କହିଥିଲେ,‘ ବିମୁଦ୍ରୀକରଣ ପରେ ଦେଶରେ ଏତେମାତ୍ରାରେ କଳାଧନ ଥିବା ଦେଖି ମନ ବିଚଳିତ ହୋଇପଡ଼ୁଛି। ମୁଁ ତ ବୁଝି ପାରୁନି ଲୋକେ କଳାଧନ କେଉଁଠୁ ଆଣନ୍ତି ଓ ତାକୁ କେଉଁ ଉପାୟରେ ରଖନ୍ତି। ଦେଶରେ ଚାଲିଥିବା ଦୁର୍ନୀତିକୁ ମୂଳରୁ ଶେଷ କେବଳ କଂଗ୍ରେସ ଦଳ ହିଁ କରି ପାରିବ।’ ସେହିଭଳି ଧୀରଜ ୨୦୨୧ ନଭେମ୍ବର ୮ରେ କରିଥିବା ଏକ ଟୁଇଟରେ ଲେଖିଥିଲେ, ‘ବିମୁଦ୍ରୀକରଣ ଭାରତର ଅର୍ଥ ବ୍ୟବସ୍ଥାର ଅଣ୍ଟାକୁ ଭାଙ୍ଗି ଦେଇଛି।

ବିମୁଦ୍ରୀକରଣ ଗୋଟିଏ ଲକ୍ଷ୍ୟକୁ ପୂରା କରିବା ପାଇଁ ଦେଶର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିବାର କାମ କରିଛି।’ ସେହିପରି ସେ କହିଥିଲେ, ‘ବିମୁଦ୍ରୀକରଣକୁ ନେଇ ବଡ଼ବଡ଼ ଦାବି କରାଯାଇଥିଲା। କିନ୍ତୁ ଆରବିଆଇ ପକ୍ଷରୁ ସୂଚନା ମିଳିଥିଲା କି ବ୍ୟାଙ୍କରେ ଜମା ହୋଇଥିବା ୫୦୦ ଟଙ୍କିଆ ନୋଟ ୧୦୧.୯ ପ୍ରତିଶତ ଓ ୨୦୦୦ ଟଙ୍କିଆ ୫୪.୧୬ ପ୍ରତିଶତ ନକଲି ଥିଲା। ଏହି ସୂଚନା ସରକାରଙ୍କ ଦାବି ଉପରକୁ ପରଦା ଉଠାଇବା ଓ ସତକୁ ସାମ୍ନାକୁ ଆଣିବା ପାଇଁ ଯଥେଷ୍ଟ ପ୍ରମାଣ ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button