ଖେଳ ଖବର

ଆରମ୍ଭ ହେଲା ଓଡ଼ିଶା ମାଷ୍ଟର୍ସ: ଭାଗନେଲେ ୨୭ ଦେଶରୁ ୩୨୪ ପ୍ରତିଯୋଗୀ – bajravana

[ad_1]

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ମାଷ୍ଟର୍ସ ବିଡବ୍‌ଲ୍ୟୁଏଫ୍ ସୁପର ୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ସୋମବାରଠୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସହଯୋଗରେ ଏହି ପ୍ରତିଯୋଗଜିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ୨୭ଟି ଦେଶରୁ ୩୨୦ରୁ ଅଧିକ ପ୍ରତିଯୋଗୀ ଓ ମ୍ୟାଚ୍‌ ପରିଚାଳନା ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ୟୁଏଇ, ଇଟାଲି, ଇଂଲଣ୍ଡ, ଡେନମାର୍କ, ଇଣ୍ଡୋ‌ନେସିଆ, ମାଲେସିଆ, ନେପାଳ, ବାଙ୍ଗାଲାଦେଶ ଓ ଥାଇଲ୍ୟାଣ୍ଡ୍‌ର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ମ୍ୟାଚ୍‌ଗୁଡ଼ିକ ଇନଡୋର ଷ୍ଟାଡିୟମର ୪ଟି କୋର୍ଟରେ ଖେଳାଯାଉଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିମାନେ ସେମାନଙ୍କ ରୢାଙ୍କିଙ୍ଗ୍‌ରେ ଉନ୍ନତି ଆଣିବେ। ଏପରିକ ପ୍ୟାରିସ୍‌ ଅଲମ୍ପିକ୍‌ ଯୋଗ୍ୟତା ପାଇଁ ଏଠାରୁ ସୁଯୋଗ ସୃଷ୍ଟି ହୋଇପାରିବ। ଭାରତରୁ ପ୍ରିୟାଂସୁ ରାଜପଥ, ସାଇ ପ୍ରଣତି, ଓଡ଼ିଶାରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ପଣ୍ଡା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଖେଳାଳିମାନେ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଥି‌ଲେ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ସିଏମ୍‌ସି ମେୟର ସୁବାସ ସିଂହ ଓ କମିସନର ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିନରେ ମହିଳା ଏକକରେ ଇଣ୍ଡୋନେସିଆର ରୁଜାନା ଭାରତର ମୁସ୍କାନ ଖାନଙ୍କୁ ୨୦-୨୨, ୨୧-୧୦, ୨୧-୧୧ ସେଟ୍‌ରେ, ଦୀପାଶିଖା ସିଂହ ୨୧-୧୫, ୨୧-୯‌ ରେ ୟୁଏସ୍‌ଏର ଶ୍ରୀ ବିଦ୍ୟାଙ୍କୁ, ଈଶା ରାଣୀ ୨୫-୨୩, ୨୧-୧୭ ସେଟ୍‌ରେ ଇଣ୍ଡୋନେସିଆର ମୁତିରାଙ୍କୁ, ଲିଖିତା ଶ୍ରୀବାସ୍ତବ ୨୧-୧୧, ୨୧-୧୪ରେ ଉଗାଣ୍ଡାର ଗାଲଡିସଙ୍କୁ ହରାଇଥିଲେ। ପୁରୁଷ ଏକକରେ ସିଦ୍ଧାର୍ଥ ପ୍ରତାପ ସିଂହ ୨୧-୧୬, ୨୧-୧୩ ରେ ୟୁଏଇର ଭାରତ ଲଥେସଙ୍କୁ, ଓରଜିତ ଚାଲିଆ ୨୧-୯, ୧୮-୨୧, ୨୧-୧୭ ସେଟ୍‌ରେ ୟୁଏଇର ଖୁସୱନ୍ତଙ୍କୁ, ଆକାଶ ସିଂହ ୨୧-୧୭,୨୧-୧୮ରେ କାନାଡାର ସକେତଙ୍କୁ, ଅରଜିତ ୨୧-୧୯, ୨୧-୧୫ ସେଟ୍‌‌ରେ ଇଣ୍ଡୋନେସିଆର ପ୍ରାଦଶିକା ବାଗାଙ୍କୁ ପରାସ୍ତ କରିଥିଲେ। ସେହିଭଳି ମିଶ୍ରିତ ଯୁଗଳରେ ଶିବେନ ଶର୍ମା ଓ ସୋନାଲି ମିର ଖେଲାରଙ୍କ ଯୋଡ଼ି ନିଜ ଦେଶର ଅଭୁଦୟ ‌ଚୌଧୁରୀ ଓ ଦିକେଟଙ୍କୁ ୨୧-୮, ୨୧-୧୩ରେ, ନାଜିର ଓ ଅରୁଲ ବାଲା ୨୫-୨୩, ୨୧-୧୪ରେ ଚାଇନିଜ୍ ତାଇପେଇର ୟୁ ୱେ‌ଲିନ ଓ ଚିୟୁ ପିନ୍‌ ଚିୟାନଙ୍କୁ ପରାସ୍ତ କରିଥିଲା ବେଳେ ପୁରୁଷ ଯୁଗଳରେ ଚାଇନିଜ୍ ତାଇପେର ୟୁ ଓେ୍ବଲିନ ଚିହୁ ପିନ ଚିୟାନଙ୍କ ଯୋଡ଼ି ୨୧-୧୫, ୨୦-୧୪ ସେ୍‌ଟରେ ଭାରତର ଭରତ ସାନଇ ଓ ରଶ୍ମି ଗ‌ଣେଶଙ୍କ ଯୋଡ଼ିକୁ, ସୁରଜ ଗୋଲା ଓ ପୃଥ୍ବୀଙ୍କ ଯୋଡ଼ି ୨୧-୧୦, ୨୧-୧୨ରେ ଆୟୁଷ ଓ ଭେଙ୍କଟଙ୍କ ଯୋଡ଼ିକୁ, ଝାକୁ, ବେଦାନ୍ତଙ୍କ ଯୋଡ଼ି ୨୫-୨୩, ୨୧-୧୭ରେ ଅଂଜନ ଓ ରାନିଆନ୍‌ଙ୍କ ଯୋଡ଼ିକୁ, ରେଡି ବି. ସୁମେଥ ଓ ଆସିଥା ସୂର୍ଯ୍ୟାଙ୍କ ଯୋଡ଼ି ୧୯-୨୧, ୨୧-୧୪, ୨୧-୧୯ରେ ୟୁଏଇର ସେନଥିଲ ଓ ଗୋବିନାଥଙ୍କ ଯୋଡ଼ିକୁ , ହରାଇଥିଲେ। ମହିଳା ‌ଯୁଗଳରେ ଗାୟତ୍ରୀ ଓ ସାନିଆ ଯୋଡ଼ିଙ୍କୁ ୱାକ୍‌ଓଭର ମିଳିଥିଲା।

ଆଜି ଖେଳିବେ ଋତାପର୍ଣ୍ଣା, ଶ୍ବେତାପର୍ଣ୍ଣା
ଅନ୍ତଃର୍ଜାତୀୟ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଋତାପର୍ଣ୍ଣା ପଣ୍ଡା ଓ ତ‌‌ାଙ୍କ ଭଉଣୀ ଶ୍ବେତାପର୍ଣ୍ଣା ବୁଧବାର ମହିଳା ଯୁଗଳରେ ଖେଳିବେ। ଏହି ମ୍ୟାଚ୍‌ ସନ୍ଧ୍ୟାରେ ଆରମ୍ଭ ହେବ। ଓଡ଼ିଶା‌ରେ ଏଭଳି ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଆୟୋଜନକୁ ଋତୁପର୍ଣ୍ଣା ପ୍ରଶଂସା କରିଛନ୍ତି। ଜାତୀୟସ୍ତରର ଅନେକ ମ୍ୟାଚ୍‌ରେ ସଫଳ ଖେଳାଳି ଭାବେ ଋତୁପର୍ଣ୍ଣାଙ୍କ ଖ୍ୟାତି ରହିଛି। ଓଡ଼ିଶାର ଏଭଳି ପ୍ରତିଯୋଗିତା ଆୟୋଜନ ବ୍ୟାଡମିଣ୍ଟନ୍‌ ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବ ବୋଲି ସେ କହିଛନ୍ତି।

ମ୍ୟାଚ୍‌ ଦେଖିପାରି‌େବ ସ୍କୁଲ ଛାତ୍ରଛାତ୍ରୀ
ଓଡ଼ିଶାରେ ଏଭଳି ଅନ୍ତଃର୍ଜାତୀୟ ମ୍ୟାଚ୍‌ ଆୟୋଜନ ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି କଟକ ମେୟର ସୁବାସ ସିଂହ କହିଛନ୍ତି। ତେବେ ଏହି ମ୍ୟାଚ୍‌କୁ ଦେଖି ଯୁବପିଢ଼ି କିଭଳି ଉତ୍ସାହିତ ହେବେ ସେଥିପାଇଁ ବ୍ୟବସ୍ଥା କର‌ାଯାଉଛି। ବୁଧବାରଠାରୁ ସ୍କୁଲ ଛାତ୍ରଛ‌‌‌ାତ୍ରୀମାନେ ଆସି କିଭଳି ମ୍ୟାଚ୍‌ ଉପଭୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ସମସ୍ତ ବିଦ୍ୟାଳୟକୁ ଚିଠି କରାଯାଇଛି। ପ୍ରତି ଦିନ ଗୋଟିଏ ଦୁଇଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଚ୍‌ ଦେଖିବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି।
-ସୁବାସ ସିଂହ, ସିଏମ୍‌ସି ମେୟର

ବ୍ୟାଡ୍‌ମିଣ୍ଟନ ବିକାଶ ପାଇଁ ପ୍ରତିବଦ୍ଧ
ଓଡ଼ିଶା ବା କଟକକୁ ପୁଣି ଥରେ ଏଭଳି ଆୟୋଜନ ଫେରିଛି। ତେବେ ଓଡ଼ିଶା ସରକାର ଓ ସର୍ବଭାରତୀୟ ବ୍ୟ‌ାଡ୍‌ମିଣ୍ଟନ ସଂଘ ସହିତ ସହଭାଗିତା ରହିଛି। ଦେଶରେ ବ୍ୟାଡମିଣ୍ଟନ ଖେଳର ବିକାଶ ପାଇଁ ସେମାନେ ବଦ୍ଧପରିକର ବୋଲି ଏହି କ୍ରୀଡ଼ା ପ୍ରତି‌ଯୋଗିତାର ପ୍ରାୟୋଜକ ଡାଲମିଆ ଭାରତ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁନିତ ଡାଲମିଆ କହିଛନ୍ତି।
-ପୁନିତ ଡାଲମିଆ

ଓଡ଼ିଶାରେ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହିତ କରିବ
ବିଶ୍ବର ୩୦ଟି ଦେଶର ଶ୍ରେଷ୍ଠ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଓଡ଼ିଶା ମାଷ୍ଟର୍ସ ପ୍ରତିଯୋଗିତା‌ରେ ଭାଗ ନେଇଛନ୍ତି। ସେମାନଙ୍କ ପ୍ରଦର୍ଶନ ରାଜ୍ୟ ଯୁବ ଆଥଲେଟ୍‌ ବା ଖେଳାଳିଙ୍କୁ ଉତ୍ସାହିତ କରିବ। ଆଗାମୀ ଦିନରେ ଓଡ଼ିଶା ଆହୁରି ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବ ବୋଲି କ୍ରୀଡ଼ା ସଚିବ ଭିନୀଲ୍‌ କ୍ରୀଷ୍ଣା ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି।
-ଭିନିଲ କ୍ରୀଷ୍ଣା, କ୍ରୀଡା ସଚିବ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button