ଅପରାଧ

ପୁରୁଷଶୂନ୍ୟ ପଦ୍ମକେଶରପୁର: ଗୋଷ୍ଠୀ ସଂଘର୍ଷ ମାମଲାରେ ୧୬ ଗିରଫ – bajravana

[ad_1]

ଚନ୍ଦ୍ରଶେଖରପୁର: ଗତ ସପ୍ତାହରେ ରାଜଧାନୀ ଉପକଣ୍ଠ ପଟିଆ ପଦ୍ମକେଶରପୁର ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ କମିସନରେଟ୍‌ ପୁଲିସ ୧୬ ଜଣଙ୍କୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଗାଁରେ ଚଢ଼ଉ କରି ମଝିସାହିର ୪୦ ଯୁବକଙ୍କୁ ଉଠାଇଥିଲା। କିନ୍ତୁ ଆଜି ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନବ ଦାସ, ମିରେନ୍ ଦାସ, ଟୁଟୁ ଦାସ, ସିକୁ ଦାସ, ନିର୍ମାଲ୍ୟ ଦାସ, ମଙ୍ଗୁଳି ଦାସ, ନିବାସ ଦାସ, କାହ୍ନୁ ଦାସ, ଦୁଷ୍ମନ୍ତ ଦାସ, ଶ୍ରୀକାନ୍ତ ଦାସ, ଦୀପକ ଦାସ, ସନ୍ତୋଷ ଦାସ, ସୋଲାଖ ଦାସ, ମୁକେନ୍ଦ୍ର ଦାସ, ପରମେଶ୍ବର ଦାସ ଓ ଚୈତନ୍ୟ ଦାସ। ଏମାନଙ୍କୁ ୨ ମାମଲାରେ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରାଯାଇଛି। ଘଟଣାଦିନ ଏମାନେ ତଳସାହିରେ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରିବା ଓ ଟଙ୍କା ପଇସା, ଦାମୀ ଜିନିଷପତ୍ର ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସେହିଭଳି ଅଭିଯୁକ୍ତମାନେ ମହିଳାଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଆଜି ଗାଁ ପୁରୁଷଶୂନ୍ୟ ହୋଇଯାଇଛି। କାଉଣ୍ଟର କେସ୍‌ରେ ପୁଲିସ ତଳସାହିର ଲୋକଙ୍କୁ ଗିରଫ କରିବାକୁ ଥିବାରୁ ସେମାନେ ଗାଁ ଛାଡ଼ି ପଳାଇଛନ୍ତି।

ସୂଚନାଯୋଗ୍ୟ ଯେ ପିଲାଙ୍କ କ୍ରିକେଟ୍‌ ଖେଳକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। କିନ୍ତୁ ପରେ ଏହା ରାଜନୈତିକ ହିଂସାକାଣ୍ଡର ରୂପ ନେଇଥିଲା। ଗତ ପଞ୍ଚାୟତ ନିର୍ବାଚନ ବେଳର ରାଗ ଶୁଝାଇବାକୁ ଯାଇ ଗଣ୍ଡଗୋଳ ବଢ଼ିଥିଲା। ଘଟଣାଦିନ ରାତିରେ ମଝିସାହିର ଲୋକେ ତଳସାହିରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଗଣ୍ଡଗୋଳ ଉଗ୍ର ରୂପ ନେଇସାରିଥିଲା ଏବଂ ଦୁଇ ପକ୍ଷରୁ ପ୍ରବଳ ଢ଼େଲାମାଡ଼ ହେଉଥିଲା। ତେଣୁ ପୁଲିସ ସେମାନଙ୍କ ଭିତରେ ପଶି ପାରିନଥିଲା। ଗଣ୍ଡଗୋଳର ୨ ଦିନ ପୂର୍ବରୁ ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲେ ବି ତତ୍କାଳୀନ ଆଇଆଇସି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେବାରୁ ତାଙ୍କୁ ରାତିଅଧିଆ ବଦଳି କରାଯାଇଥିଲା ଏବଂ ତାଙ୍କ ବଦଳରେ ଅଶ୍ବିନୀ କୁମାର ଜେନାଙ୍କୁ ଭାରପ୍ରାପ୍ତ ଅଧିକାରୀଭାବେ ଏହି ମାମଲାର ଦାୟିତ୍ବ ଦିଆଯାଇଛି। ପୁଲିସ ଏହି ମାମଲାରେ ଉଭୟ ପକ୍ଷରୁ ପ୍ରାୟ ୫୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଗତକାଲି ରାତିରେ ପୁଲିସ କେବଳ ମଝିସାହିରେ ଚଢ଼ଉ କରିଥିଲା। କିନ୍ତୁ କଥା ପ୍ରଘଟ ହେବା ପରେ ପରେ ରାତାରାତି ତଳସାହିରୁ ପୁରୁଷମାନେ ଘରଦ୍ବାର ଛାଡ଼ି ପଳାଇଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button