ଅପରାଧ

ଗୋଟିଏ ରାତିରେ ଦୁଇଟି ହାଇୱାରୁ ୪ ବ୍ୟାଟେରି ଚୋରି ଅଭେଯାଗ – bajravana

[ad_1]

ରାଇରଙ୍ଗପୁର: ଗୋଟିଏ ରାତିରେ ପୃଥକ୍‌ ପୃଥକ୍‌ ଥାନା ଅଂଚଳର ଦୁଇଟି ହାଇୱାରୁ ୪ ଟି ବ୍ୟାଟେରି ଚୋରି ହୋଇଥିବା ଅଭିଯୋଗ। ଗାଡ଼ି ମାଲିକ ସକାଳୁ ଅଭିଯୋଗ କଲା ପରେ ବି ସନ୍ଧ୍ୟା ସୁଦ୍ଧା ପୁଲିସ ଘଟଣସ୍ଥଳକୁ ପହଂଚି ନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ସାନପାଖନା ଗ୍ରା.ପ ଗଣ୍ଡିଦା ଗ୍ରାମର ହାଇୱା ମାଲିକ ଦୈତାରୀ ମହାନ୍ତ ଘର ସମ୍ମୁଖ୍ୟରେ ୨ ଟି ହାଇୱା ରଖିଥିଲେ। ବୁଧବାର ରାତିରେ ଦୁର୍ବୃତ୍ତମାନେ ଗୋଟିଏ ହାଇୱାକୁ କଟର୍ ସାହାଯ୍ୟରେ କାଟି ଦୁଇଟି ବ୍ୟାଟେରି ଚୋରି କରି ନେଇଛନ୍ତି। ଗାଡ଼ି ମାଲିକ ଶ୍ରୀ ମହାନ୍ତ ସକାଳୁ ଉଠି ଗାଡିରି ବ୍ୟାଟେରି ଚୋରି ହୋଇଥିବା ସମ୍ପର୍କରେ ଜାଣିବା ପରେ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳକୁ ପୁଲିସ ପହଂଚିନଥିବା ଅଭିଯୋଗ ହୋଇଛି।

ସେହିପରି ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରାଇରଙ୍ଗପୁର-ଗୋରୁମହିଷାଣୀ ମୁଖ୍ୟ ରାସ୍ତା ପାର୍ଶ୍ବ ଦୁବୁଲାବେଡାଠାରେ ଗାଡ଼ି ମାଲିକ ଅମିତ୍ ମହାନ୍ତ ତାଙ୍କ ହାଇୱା ରଖି ରାତିରେ ଶୋଇଥିବା ସମୟରେ ଦୁଇଟି ବ୍ୟାଟେରି ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଏନେଇ ଅମିତ୍ ଟାଉନ୍ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ଘଟଣାସ୍ଥଳକୁ ପହଂଚି ନ ଥିବା ସୂଚନା ମିଳିଛି। ତେବେ ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୁଲିସ ତଦନ୍ତ କରୁନଥିବା ଅଭିଯୋଗ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button