ଅପରାଧ

ଦର୍ଲିପୁଟରୁ ୫୧ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଚମ୍ପଟ – bajravana

[ad_1]

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଦର୍ଲିପୁଟ ଗାଁ ନିକଟରୁ ୫୧ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ପୁଲିସକୁ ଦେଖି ଗାଡ଼ି ଛାଡ଼ି ଅଭିଯୁକ୍ତ ଫେରାର ହୋଇଛି।
ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ପାଡୁଆ ଥାନା ଆଇଆଇସି ଅଶୋକ ବିଶୋଇ ଏବଂ ଏସଆଇ ଦୀପକ ବାରିକଙ୍କ ନେତୃତ୍ୱରେ ପୁଲିସ ଦର୍ଲିପୁଟ ଗାଁ ନିକଟରେ ଏକ ଗାଡ଼ି ଅଟକାଇଥିଲା। ଘଟଣାସ୍ଥଳରୁ ଏକ ଟାଟା ସଫାରିର ଗୁପ୍ତ ଚାମ୍ବରରୁ ୫୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ପୁଲିସ। ଉକ୍ତ ଗାଡ଼ିର ନମ୍ବର ପ୍ଲେଟରେ ‘ପିଡବ୍ଲୁଡି, ଭାରତ ସରକାର’ ଲେଖାଯାଇଥିଲା। ପୁଲିସ୍ ଗାଡ଼ିଟିକୁ ଅଟକାଇବାରୁ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତ ଡ୍ରାଇଭର ଚମ୍ପଟ ମାରିଥିଲା। ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button