ଅପରାଧ

କିମ୍‌ସରେ ଚାକିରି ଆଳରେ ୬୦ ହଜାର ଚଳୁ: ୪୨୦ ଅରୁନ୍ଧତୀକୁ ଖୋଜୁଛି ପୁଲିସ – bajravana

[ad_1]

ଚନ୍ଦ୍ରଶେଖରପୁର: କିମ୍‌ସ ହସ୍ପିଟାଲ୍‌ରେ ଚାକିରି କରାଇଦେବାକୁ କହି ୨ ଯୁବକଙ୍କଠାରୁ ୬୦ ହଜାର ଟଙ୍କା ଠକି ନେଇଛି ଜଣେ ଧୂର୍ତ୍ତ ମହିଳା। ଠକାମିର ଶିକାର ହୋଇଥିବା ଦୀପକ କୁମାର ସ୍ବାଇଁ ଓ ତାଙ୍କର ଜଣେ ବନ୍ଧୁ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ୪୨୦ ମହିଳା ଅରୁନ୍ଧତୀକୁ ଖୋଜୁଛି। ଦୀପକଙ୍କ ଅଭିଯୋଗ ଅନୁସାରେ କିଛି ମାସ ପୂର୍ବେ ସେ ଓ ତାଙ୍କ ସାଙ୍ଗ ଅରୁନ୍ଧତୀ ସହ ଭେଟ ହୋଇଥିଲେ। ସେ କିମ୍‌ସ ହସ୍ପିଟାଲ୍‌ରେ ଏକ ଉଚ୍ଚପଦରେ ଚାକିରି କରନ୍ତି ବୋଲି ସେମାନଙ୍କୁ କହିଥିଲା।

ହସ୍ପିଟାଲରେ ୨ଟି ଅଫିସ୍‌ ଆସିଷ୍ଟାଣ୍ଟ ପଦବି ଅଛି ଏବଂ ସେ ସେହି ୨ ପୋଷ୍ଟର ନିଯୁକ୍ତି ଦାୟିତ୍ବରେ ଅଛି ବୋଲି କହିଥିଲା। ଜଣକା ୭୦ ହଜାର ଟଙ୍କା ଲେଖାଏଁ ଦେଲେ, ସେ ସେମାନଙ୍କୁ ଉକ୍ତ ୨ ପୋଷ୍ଟରେ ନିଯୁକ୍ତି ଦେଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ପ୍ରଥମ ପର୍ଯ୍ୟାୟରେ ଦୀପକ ଓ ତାଙ୍କ ସାଙ୍ଗ ୩୦ ହଜାର ଲେଖାଏଁ ଅରୁନ୍ଧତୀକୁ ଗଣିଦେଇଥିଲେ। ନିଯୁକ୍ତି ପତ୍ର ମିଳିବା ଦିନ ସେମାନେ ବାକି ଟଙ୍କା ଦେବେ ବୋଲି ଚୁକ୍ତି ହୋଇଥିଲା। ମାତ୍ର ୬୦ ହଜାର ଟଙ୍କା ପାଇବା ପରେ ଅରୁନ୍ଧତୀ ମୋବାଇଲ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ଦୀପକ ଓ ତାଙ୍କ ବନ୍ଧୁ ବହୁ ଖୋଜାଖୋଜି କରିବା ପରେ ବି ଧୂର୍ତ୍ତ ଅରୁନ୍ଧତୀର ପତ୍ତା ପାଇନଥିଲେ। ଏମିତିକି ସେମାନେ କିମ୍‌ସ ହସ୍ପିଟାଲରେ ବୁଝାସୁଝା କରି ଅରୁନ୍ଧତୀ ନାମରେ କେହି ଉଚ୍ଚପଦାଧିକାରୀ ଥିବା ପାଇନଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button