ସ୍ୱାସ୍ଥ୍ୟ

ଅନେକ ରୋଗକୁ ଦୂର କରେ ମୂଳା ଶାଗ : ଜାଣନ୍ତୁ ଏହା ବିଷୟରେ… – bajravana

[ad_1]

ଶୀତ ଦିନେ ବଜାରରେ ଅଧିକ ଦେଖିବାକୁ ମିଳେ ମୂଳା । ମୂଳା ଶରୀର ପାଇଁ ବେଶ୍‌ ଲାଭକାରୀ । ଏହାକୁ ଖାଇବାର ଉପାୟ ମଧ୍ୟ ଭିନ୍ନ । ଏହାକୁ କେହି କଞ୍ଚାରେ ଖାଇଥାନ୍ତି ତ ଆଉ କେହି ଭିଜି କି ସିଝେଇ ଖାଇଥାନ୍ତି । ଅନେକ ସମୟରେ ଦେଖିଥିବେ ମୂଳାର ଶାଗ ରହିଥାଏ । ଏହାକୁ କିଛି ଲୋକ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଅନେକଙ୍କୁ ଜଣା ନଥାଏ ଯେ ମୂଳା ପରି ମୂଳ ଶାଗ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ।

ଆସନ୍ତୁ ଜାଣିବା ମୂଳା ଶାଗର ଉପକାରିତା ବିଷୟରେ…

ମୂଳାଶାଗ ଖାଇବା ଦ୍ୱାରା ଶରୀରରେ ଅନେକ ଫାଇଦା ହୋଇଥାଏ । ଏହା ଅନେକ ରୋଗର ସାଜିଥାଏ ରାମବାଣ । ମୂଳା ଶାଗ ଅନେକ ପୋଷକ ତତ୍ତ୍ବରେ ଭରପୂର । ଏହା ଆମ ଶରୀରର ବିଭିନ୍ନ ରୋଗ ସହ ଲଢ଼ିଥାଏ । ମୂଳା ଶାଗରେ ଅନେକ ପ୍ରକାରର ଭିଟାମିନ ଆଉ ମିନେରାଲ୍ସ ରହିଥାଏ । ଯାହା ଆମ ଶରୀର ପାଇଁ ଉପଯୋଗୀ । ମୂଳା ଠାରୁ ଅଧିକ ଏହାର ପତ୍ରରେ ଆଇରନ୍, କ୍ୟାଲ୍ସିୟମ, ଲିକ ଏସିଡ, ଭିଟାମିନ୍ ସି, ଫସଫରସ ରହିଥାଏ ଯାହା ଥଣ୍ଡା ରୋକିବାରେ ସହାୟକ ହୋଇଥାଏ ।

ମୂଳାଶାଗର ଜୁସ କରି ପିଇବା ଦ୍ୱାରା ଶରୀରରୁ ଥକ୍କାପଣ ଦୂର ହୋଇଥାଏ ଏବଂ ଶରୀରକୁ ମିଳିଥାଏ ଏନର୍ଜି । ମୂଳା ଶାଗ ଖାଇବା ଦ୍ୱାରା କୋଷ୍ଠକାଷ୍ଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କୋଷ୍ଠକାଷ୍ଠିନ୍ୟ ପାଇଁ ଖାସ୍ କରି ମୂଳା ଜୁସ୍ ବହୁତ ଲାଭଦାୟକ । ମୂଳାଶାଗରେ ଥିବା ପୋଷକ ତତ୍ତ୍ବ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରିତ କରିଥାଏ । ମଧୁମେହ ରୋଗୀମାନେ ମୂଳା ପତ୍ରକୁ ସାଲାଡ ଆକାରରେ ଖାଇପାରିବେ । ସେହିପରି ଆର୍ଥ୍ରାଇଟିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ ମୂଳାଶାଗ । ଏମିତିକି ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ ମୂଳା ଶାଗ । ତେଣୁ ଶୀତଦିନେ ଏହି ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button