ଦେଶ ବିଦେଶ

ଆୟରେ ଏଲନ ମସ୍କଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ – bajravana

[ad_1]

ନୂଆଦିଲ୍ଲୀ, ୭/୧୨ : ଦୈନିକ ଗୌତମ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ହେବାରେ ଲାଗିଛି। ଆଦାନୀ ଗତ ୨୪ ଘଣ୍ଟାରେ ବିଶ୍ୱର ତମାମ ଧନୀକଙ୍କ ମଧ୍ୟରେ ସବୁଠୁ ଅଧିକ ଆୟକାରୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି। ଆଦାନୀ ଗ୍ରୁପ ଚେୟାରମ୍ୟାନଙ୍କ ନେଟୱର୍ଥ ଦିନକରେ ୧୨.୩ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୧,୯୧,୬୨,୩୩,୫୦,୦୦୦ ଟଙ୍କା) ବୃଦ୍ଧି ହୋଇଛି। ଏହା ସହିତ ଗୌତମ ଆଦାନୀ ଗୋଟିଏ ଦିନରେ ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି।ଗୋଟିଏ ଦିନରେ ଆଦାନୀ କରିଥିବା ଆୟ ଏଲନ ମସ୍କ, ବର୍ଣ୍ଣାଡ ଅର୍ଣ୍ଣଲ୍ଟ ଓ ଜେଫ ବେଜୋସ ଟପ୍ ୩ ଧନୀକଙ୍କ ଦୈନିକ ଆୟଠାରୁ ଢେର ଅଧିକ ଥିଲା। ଗତ ଦିନକରେ ଏଲନ ମସ୍କଙ୍କ ସମ୍ପତ୍ତି ୨.୨୫ ବିଲିୟନ ଡଲାର ବଢିଥିବା ବେଳେ ଜେଫ ବେଜୋସ୍‌ଙ୍କ ୧.୯୪ ବିଲିୟନ ଡଲାର ଓ ବର୍ଣ୍ଣାଡ ଅର୍ଣ୍ଣଲ୍ଟଙ୍କ ୨.୧୬ ବିଲିୟନ ଡଲାର ବଢିଛି।

ସମ୍ପତ୍ତିରେ ହୋଇଥିବା ଏପରି ଅଭିବୃଦ୍ଧି ଯୋଗୁ ଗତ ବ୍ୟବସାୟୀକ ଦିବସରେ ବିଶ୍ୱ ଧନୀକଙ୍କ ସୂଚୀରେ ୪ ପାହାଚ ଉପରକୁ ପହଞ୍ଚି ୨୦ତମ ସ୍ଥାନରେ ଥିବା ଆଦାନୀ ବୁଧବାର ୧୬ତମ ସ୍ଥାନକୁ ପହଞ୍ଚିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ଏବେ ପୁଣି ବଢି ୮୨.୫ ବିଲିୟନ ଡଲାର ହୋଇଯାଇଛି। ସମ୍ପତ୍ତିରେ ଏପରି ବୃଦ୍ଧି ଆଦାନୀ ଗ୍ରୁପ ଚେୟାରମ୍ୟାନଙ୍କୁ ବିଶ୍ୱର ୧୫ତମ ଧନୀ ବ୍ୟକ୍ତି ରୂପେ ପୁଣି ପ୍ରତିଷ୍ଠିତ କରିଛି। ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ସେୟାର ବଜାରରେ ଜାରି ବୃଦ୍ଧି ଯୋଗୁ ସମ୍ଭବ ହୋଇପାରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button