ମଧୁମେହ ରୋଗରୁ ମୁକ୍ତି ଦେବ ଜୁଆଣୀ : କରନ୍ତୁ ଏପରି ବ୍ୟବହାର – bajravana
[ad_1]
ଆଜିକାଲି ମଧୁମେହ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ଭାରତରେ ମଧୁମେହ ରୋଗୀ ଅତି ଦ୍ରୁତ ଗତିରେ ବଢୁଛନ୍ତି । ବୃଦ୍ଧମାନଙ୍କ ସହିତ ଯୁବପିଢି ମଧ୍ୟ ମଧୁମେହର ଶିକାର ହେଉଛନ୍ତି । ମଧୁମେହ ଏତେ ବିପଜ୍ଜନକ ରୋଗ ଯେ ଥରେ ଯାହାକୁ ହୁଏ ଜୀବନସାରା ତାଙ୍କ ସହିତ ରହିଥାଏ । ଜୁଆଣୀ ବ୍ୟବହାର କରି ଆପଣ ମଧୁମେହ ସମସ୍ୟାରୁ ରକ୍ଷା ପାଇପାରିବେ । ଜୁଆଣୀ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରିହିଥାଏ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଜୁଆଣୀ ଲାଭଦାୟକ ହୋଇଥାଏ ।
ଜୁଆଣୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଭଳି ଅନେକ ଗୁଣ ରହିଛି। ଏହା ସହିତ ଏଥିରେ ଫାଇବର ମଧ୍ୟ ରହିଛି। ମଧୁମେହରେ ପୀଡିତ ରୋଗୀ ଖାଦ୍ୟ ଖାଇବା ପରେ ଜୁଆଣୀ ଖାଇବା ଆବଶ୍ୟକ। ନିୟମିତ ଜୁଆଣୀ ଖାଇବା ଦ୍ୱାରା ବ୍ଲଡ୍ ସୁଗାର ସବୁବେଳେ ନିୟନ୍ତ୍ରଣରେ ରହିଥାଏ।
କିପରି କରିବେ ଏହାର ବ୍ୟବହାର ଜାଣନ୍ତୁ…
ଜୁଆଣୀକୁ ଖାଇବା ବ୍ୟତୀତ ଆପଣ ଏହାର ଚା’ ମଧ୍ୟ ପିଇପାରିବେ। ସୁଗାର ରୋଗୀଙ୍କ ପାଇଁ ଜୁଆଣୀ ଚା ଲାଭଦାୟକ ହୋଇଥାଏ। ଜୁଆଣୀ ଚା’ ତିଆରି କରିବା ପାଇଁ ପ୍ରଥମେ ପ୍ୟାନରେ ଏକ କପ୍ ପାଣି ଢାଳନ୍ତୁ। ଏହା ପରେ ଏଥିରେ ଅଧା ଚାମଚ ଜୁଆଣୀ, ଅଧା ଚାମଚ ପାନମଧୁରୀ, ଏକ ଚତୁର୍ଥ ଚାମଚ ଡାଲଚିନି ପାଉଡର ପକାଇ ଫୁଟାନ୍ତୁ । ଏହି ଚା’କୁ ଖାଦ୍ୟ ଖାଇବାର ପ୍ରାୟ ୪୫ ମିନିଟ୍ ପରେ ପିଅନ୍ତୁ।
[ad_2]