ଖେଳ ଖବର

ଆମେରିକା ଟ୍ବେଣ୍ଟି-୨୦ ଲିଗ୍‌ରେ ଖେଳିବେ ଶ୍ରୀଶାନ୍ତ, ବିନ୍ନି – bajravana

[ad_1]

ନୂଆଦିଲ୍ଲୀ: ସ୍ପଟ୍‌ ଫିକ୍ସିଂ ମାମଲାରେ ଜେଲ୍‌ ଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଏସ୍‌ ଶ୍ରୀଶାନ୍ତ ଆମେରିକାରେ ହେବାକୁ ଥିବା ଟ୍ବେଣ୍ଟି-୨୦ ଲିଗ୍‌ ଆମେରିକା ପ୍ରିମିୟର ଲିଗ୍‌ (ଏପିଏଲ୍‌)ରେ ଭାଗ ନେବେ। ଶ୍ରୀଶାନ୍ତ ଗତ ବର୍ଷ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। କେବଳ ଶ୍ରୀଶାନ୍ତ ନୁହଁନ୍ତି ତାଙ୍କ ସହିତ ଷ୍ଟୁଆର୍ଟ ବିନ୍ନି ମଧ୍ୟ ଅନ୍ୟତମ ଭାରତୀୟ ଖେଳାଳି ଭାବେ ଏପିଏଲ୍‌ରେ ଖେଳିବାକୁ ଯାଉଛନ୍ତି। ଉଭୟ ଶ୍ରୀଶାନ୍ତ ଓ ବିନ୍ନି ସକ୍ରିୟ କ୍ରିକେଟ୍‌ରୁ ଅବସର ନେଇସାରିଥିବାରୁ ସେମାନଙ୍କୁ ବିଦେଶୀ ଫ୍ରାଞ୍ଚାଇଜ୍‌ ଲିଗ୍‌ରେ ଖେଳିବାକୁ ଅନୁମତି ମିଳିଛି। ଏପିଏଲ୍‌ ଡିସେମ୍ବର ୧୯ରୁ ୩୧ ତାରିଖ ମଧ୍ୟରେ ହ୍ୟୁ‌ଷ୍ଟନ୍‌ରେ ଆୟୋଜିତ ହେବ। ସମସ୍ତ ମ୍ୟାଚ୍‌ ମୁସା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଲିଗ୍‌ରେ ୭ ଦଳ ଆମେରିକାନ୍ସ, ଇଣ୍ଡିଆନ୍ସ, ପାକ୍‌ସ, ୱିଣ୍ଡିସ୍‌, ବଙ୍ଗାଲିସ୍‌, ଅସିସ୍‌ ଓ ଇଂଲିସ ଅଂଶଗ୍ରହଣ କରିବେ। ଶ୍ରୀଶାନ୍ତ ଓ ବିନ୍ନି ପ୍ରିମିୟମ୍‌ ଇଣ୍ଡିଆନ୍ସ ଦଳରେ ଖେଳିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button