ଅପରାଧ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ – bajravana

[ad_1]

ସୁନ୍ଦରଗଡ଼:: ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁଯାୟୀ, ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ମେଘଡେଗାର ମନୋଜ ପଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଚାଷଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ନେଇ ରିପୋର୍ଟ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଅଭିଯୋଗକାରୀ ଏନେଇ ଅକ୍ଷମତା ପ୍ରକାଶ କରିବାରୁ ସେ ରିପୋର୍ଟ ଦେବାକୁ ମନା କରି ଦେଇଥିଲେ। ନିରୁପାୟ ମନୋଜ ରାଉରକେଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଭିଜିଲାନ୍ସ କାର୍ଯ୍ୟାଳୟ ଏ ନେଇ ଏକ ମାମଲା ରୁଜୁ କରି ରାଜସ୍ବ ନିରୀକ୍ଷକଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ବୁଧବାର ଅଭିଯୋଗକାରୀ ମ‌ନୋଜ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ରାସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଲିଲି ଚୌଧୁରୀଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍। ଲିଲି ଚୌଧୁରୀଙ୍କ କାରନାମା ନେଇ ସୁନ୍ଦରଗଡ଼ ଜିଲ୍ଲାର ତସଲାଡିହି କାର୍ଯ୍ୟାଳୟ ଓ ସର୍ଗିପାଲିସ୍ଥ ତାଙ୍କ ଶ୍ବଶୁର ଘରେ ଏକକାଳୀନ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button