ମନୋରଞ୍ଜନ

୭ଦିନରେ ‘କେଜିଏଫ-୨’କୁ ପଛରେ ପକାଇଲା ‘ଗଦର-୨’, ଆୟ କଲା ଏତେ କୋଟି ଟଙ୍କା – bajravana

[ad_1]

ମୁମ୍ବାଇ: ୭ଦିନରେ ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ-୨’କୁ ପଛରେ ପକାଇଲା ‘ଗଦର-୨’। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତ‌ା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମଟି ୭ଦିନ ମଧ୍ୟରେ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଛି।

‘ଗଦର ୨’ ୭ଦିନରେ ୨୮୪କୋଟିରୁ ଅଧିକ ଟଙ୍କା ରୋଜଗାର କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଚଳିତ ବର୍ଷ ଆରମ୍ଭରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ୭ଦିନରେ ମୋଟ ୩୭୮କୋଟି ଟଙ୍କା ସଂଗ୍ରହ କରିଥିଲା। ତିନୋଟି ଭାଷାରେ ମୁକ୍ତିଲାଭ କରିଥିବା ‘ପଠାନ୍’ କେବଳ ହିନ୍ଦୀ ସଂସ୍କରଣରୁ ୩୫୧କୋଟି ଟଙ୍କା ଆୟ କରିଥିଲା। ପଠାନ ପରେ ୭ଦିନରେ ୨୬୮କୋଟି ଟଙ୍କା ଆୟ କରି ଦ୍ବିତୀୟ ସ୍ଥାନରେ ଥିଲା କେଜିଏଫ୍-୨। ଫିଲ୍ମର ହିନ୍ଦୀ ସଂସ୍କରଣ ୨୬୮କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ‘ଗଦର ୨’ ୭ଦିନରେ ୨୮୪କୋଟିରୁ ଅଧିକ ଟଙ୍କା ରୋଜଗାର କରି ଦ୍ବିତୀୟ ସ୍ଥାନକୁ ଆସିଛି। ଗଦର-୨ ଏବେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି କେଜିଏଫ୍-୨।

ଗଦର-୨ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା। ଜାତୀୟ ଗଣମାଧ୍ୟମ‌ ନିଉଜ୍-୧୮ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ଏତେ କୋଟି ଟଙ୍କାର ଆୟ କରିନଥିଲା। ଏଭଳି କରିବାରେ ଗଦର-୨ ପ୍ରଥମ ଫିଲ୍ମ ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button