ଓଡିଶା

ସ୍ମାର୍ଟସିଟି ପ୍ରକଳ୍ପ: ଅବଧି ସରିଲା, ସରୁନି କାମ – bajravana

[ad_1]

ଲୋକାର୍ପିତ କିଛି ପ୍ରକଳ୍ପରେ ଝୁଲୁଛି ତାଲା

ରାଉରକେଲା: ସ୍ମାର୍ଟସିଟିର ଅଧୁରା ପ୍ରକଳ୍ପ ସରୁନି। ବିଭାଗୀୟ ଅଧିକାରୀ କହିଥିଲେ ଗତ ୨୦୨୨ ଜୁଲାଇ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବ। ଇତି ମଧ୍ୟରେ ବର୍ଷେ ବିତିଗଲା, କିନ୍ତୁ ଚାଲିଥିବା ପ୍ରକଳ୍ପ କାମ ସରିଲାନି। ଯେମିତି କଚ୍ଛପ ଗତିରେ ଚାଲିଛି, ଆସନ୍ତା ୨୦୨୪ ସୁଦ୍ଧା ଶେଷ ହେବ କି ନାହିଁ, କହିବା ମୁସ୍କିଲ। ଗୋଟିଏ କି ଦୁଇଟି ପ୍ରକଳ୍ପ ନୁହେଁ, ଏକାଧିକ ପ୍ରକଳ୍ପର ସମାନ ଅବସ୍ଥା। ପାନପୋଷ ସରକାରୀ କଲେଜ ପରିସରରେ ୧୧୬.୭୬ କୋଟି ଟଙ୍କା ବ୍ୟୟରେ ପ୍ରଶାସନିକ ବିଲ୍‌ଡିଂ, ଟ୍ରାଇବାଲ୍‌ ମ୍ୟୁଜିମ୍‌, କମାଣ୍ଡ ସେଣ୍ଟର ଓ ସମ୍ମିଳନୀ କକ୍ଷ କାମ ଚାଲିଛି। ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ନିକଟରେ ପ୍ରଶାସନିକ ବିଲ୍‌ଡିଂର ଛାତ ଭୁଶୁଡି ପଡ଼ିଥିଲା। ବିଭାଗୀୟ ଅଧିକାରୀଙ୍କ ତାଗିଦ ପରେ ଠିକାସଂସ୍ଥା ପକ୍ଷରୁ କାମ ଚାଲିଛି ସତ, କିନ୍ତୁ ଯେମିତି ହେବା କଥା, ତା’ ହେଉ ନାହିଁ। ସହରର ପ୍ରାୟ ୧୧୦ ପ୍ରମୁଖ ସ୍ଥାନରେ ପାଖାପାଖି ୧୧୦ କୋଟି ଟଙ୍କାରେ ୬୭୫ ସିସି କ୍ୟାମେରା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ସିସି କ୍ୟାମେରା କାମ ସରିଛି।

କାର୍ଯ୍ୟକ୍ଷମର ବାଧକ ସାଜିଛି କମାଣ୍ଡ ସେଣ୍ଟର। କାରଣ ୨୪ ଘଣ୍ଟିଆ ସିସି କ୍ୟାମେରା ଚାଲୁପାଇଁ ଆବଶ୍ୟକ କମାଣ୍ଡ ସେଣ୍ଟର କାମ ଆଣ୍ଠେଇଛି। ଫଳରେ ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଫେଲ୍‌ ମାରିଛି। ଆନ୍ତଃରାଜ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସମସ୍ୟା ସୃଷ୍ଟି ହେଉଛି। କେବଳ ଏତିକି ନୁହେଁ ୮ କୋଟିର ସ୍ମାର୍ଟ ବସ୍‌ ଟର୍ମିନସ୍‌ କାମ ବାତିଲ କରାଯାଇଛି। ଆଗାମୀ ଦିନରେ ହେବ କି ନାହିଁ, କାହାରି ଉପରେ ଉତ୍ତର ନାହିଁ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ପ୍ରକଳ୍ପରେ ଗତ ୧୦ ମାସ ଧରି ତାଲା ଝୁଲୁଛି। ଏଥି ମଧ୍ୟରେ ରହିଛି ବିର୍ସା ମୁଣ୍ଡା ଛକସ୍ଥ ମଲ୍‌ଡିଂ କାର୍‌ ପାର୍କିଂ ବ୍ୟବସ୍ଥା ଓ ପାନପୋଷସ୍ଥ ମାର୍କେଟ କମ୍ପ୍ଲେକ୍ସ। ରାଜନୈତିକ ଦଳଗୁଡ଼ିକ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଫଳ ଶୂନ। ସେହିପରି ହକି ପୂର୍ବରୁ ଯେଉଁ କେତୋଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି, ଏଥିରୁ କିଛି ଲୋକଙ୍କ କାମରେ ଆସୁନି। ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରିଛନ୍ତି କଂଗ୍ରେସ ଓ ବିଜେପି।

ପ୍ରତିବାଦରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୂତଳ ସେବା ବାବଦରେ ୩୦ ଲକ୍ଷ, ଖୋଲା ଶୌଚ ୪୭ ଲକ୍ଷ, ୬ ପାର୍କର ସୌନ୍ଦର୍ଯ୍ୟକରଣ ବାବଦରେ ୬ କୋଟି ୬୫ ଲକ୍ଷ ଏମିତି ମୋଟ ୭ କୋଟି ୪୨ ଲକ୍ଷ ପ୍ରକଳ୍ପ କାମ ଶେଷ ହୋଇଛି। ସ୍ମାର୍ଟ ରୋଡ ଫେଜ୍‌ -୧ ବାବଦରେ ୨୬ କୋଟି ୪୭ ଲକ୍ଷ, ସ୍ମାର୍ଟ ସିଟି ରୋଡ ଫେଜ୍‌ -୨ ୧୨୬ କୋଟି ୪ ଲକ୍ଷ, ସ୍ମାର୍ଟ ବସ୍‌ ସେଲ୍‌ଟର ୨ କୋଟି ୮୯ ଲକ୍ଷ, ପାନପୋଷ ଏନ୍‌ଏସି ମାର୍କେଟ ୪୯ କ‌ୋଟି ୫୨ ଲକ୍ଷର କାମ ସରିଛି। ବ୍ରାହ୍ମଣୀ ନଦୀ ସମ୍ମୁଖ ବିକାଶ ବାବଦରେ ୪୭ ‌କୋଟି ୪ ଲକ୍ଷ ଖର୍ଚ୍ଚ ହୋଇଛି। ବାସନ୍ତି ଡିଏଭି ପୋଖରୀର କାୟାକଳ୍ପ୧୧ କୋଟି ୪୮ ଲକ୍ଷ ଖର୍ଚ୍ଚ ହୋଇଛି। ଛେଣ୍ଡ ଭିଏସ୍‌ଏସ୍‌ ସାପ୍ତାହିକୀ ହାଟର ବିକାଶରେ ୨ କୋଟି ୮୧ ଲକ୍ଷ ଖର୍ଚ୍ଚ ହୋଇଛି। ୨୪ ଟି ପାର୍କିଂ ପ୍ଲେସ୍‌ର ବିକାଶ ୧୨ କୋଟି ୨୭ ଲକ୍ଷର ପ୍ରସ୍ତାବ ରହିଥିଲା। କିଛି ପାର୍କିଂ ସ୍ଥଳର କାମ ଶେଷ ହୋଇଛି। ଆଉ କିଛିର କାମ ଆରମ୍ଭ ‌ହୋଇନି। ବେଦବ୍ୟାସ ଟୁରିଜିମ୍ ହବ୍‌ ବାବଦରେ ୧୪ କୋଟି ୯୩ ଲକ୍ଷ ଖର୍ଚ୍ଚ ହୋଇଛି। ବସ୍ତିର ଆଲୋକୀକରଣ ବ୍ୟବସ୍ଥାରେ ୫ କୋଟି, କର୍ମଜୀବୀ ମହିଳା ହଷ୍ଟେଲରେ ୧୦ କ‌ୋଟି, ସ୍ମାର୍ଟ କ୍ଲାସ୍‌ ରୁମ୍‌ ବାବଦରେ ୨ କୋଟି ୮୧ ଲକ୍ଷ , ଆର୍‌ଏମ୍‌ସିର ରାସ୍ତା ସୌନ୍ଦର୍ଯ୍ୟକରଣ ବାବଦରେ ୫ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button