ଓଡିଶା

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ – bajravana

[ad_1]

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍‌ଙ୍କ ସଭାପତିତ୍ୱରେ ବୈଠକ ହୋଇଛି। ନିଷ୍ପତ୍ତି ଅନୁସାରେ ଫେବ୍ରୁଆରି ୨ ତାରିଖରେ ୧୨ ଘଣ୍ଟା ମୟୂରଭଂଜ ବନ୍ଦ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଝାଡଖଣ୍ଡ ରାଜ୍ୟର ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଭଲ ଭାବେ ତଦନ୍ତ ନକରି ଗିରଫ କରିଥିବାରୁ ତାହାର ପ୍ରତିବାଦରେ ଫେବ୍ରୁଆରି ସକାଳ ୬ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମୟୂରଭଂଜ ଜିଲ୍ଲାରେ ସମସ୍ତ ଦୋକାନ-ବଜାର, ସରକାରୀ-ବେସରକାରୀ କାର୍ଯ୍ୟଳୟ, ଯାନାବାହାନ ଚଳାଚଳ ବନ୍ଦ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଜରୂରୀ କାଳୀନ ସେବା ଯୋଗାଉଥିବା ଯାନ ବାହାନ ଚଳାଚଳ କରିବ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜେମଏମଏମର ମୂଖପାତ୍ର ସନ୍ତୋଷ କୁମାର ମୁର୍ମୁ, ରାଜ୍ୟ ସାଂଗଠନିକ ସମ୍ପାଦକ ସାଲୁ କିସ୍କୁ, ପଶ୍ଚିମ ମୟୂରଭଂଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଉପସଭାପତି ମଦନ ମାରାଣ୍ଡି, ଜିଲ୍ଲା ସବାପତି ସୁନୀଲ ମାଝୀ, ଜାମଦା ବ୍ଲକ୍ ସଭାପତି ପୂର୍ଣଚନ୍ଦ୍ର ଟୁଡୁ, ଉପସଭାପତି କିଣିରାମ୍ ଆଲଦା, ସମ୍ପାଦକ ଚନ୍ଦ୍ରମୋହନ ପିଙ୍ଗୁଆ, ସନାତନ ମୁଣ୍ଡା, ଭୂବନ ଟୁଡୁ, ଧୀରେନ ମାରାଣ୍ଡି, କାଳିଚରଣ ଟୁଡୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button