ମନୋରଞ୍ଜନ

ନଭେମ୍ବର ୨୯ରେ ବିବାହ କରିବେ ରଣଦୀପ ହୁଡ୍ଡା, ମଣିପୁରରେ ହେବ ବିବାହ – bajravana

[ad_1]

ମୁମ୍ବାଇ: ନଭେମ୍ବର ୨୯ରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ ଏବଂ ମଣିପୁରରେ ତାଙ୍କର ବିବାହ ହେବ।

ପୂର୍ବରୁ ରଣଦୀପ କେଉଁ ତାରିଖରେ ଏବଂ କେଉଁଠି ବିବାହ କରିବେ ତାହା ଜଣାପଡ଼ିନଥିବା ବେଳେ ଏବେ ବିବାହର ନିମନ୍ତ୍ରଣ କାର୍ଡ ସେୟାର କରି ସୂଚନା ଦେଇଛନ୍ତି ରଣଦୀପ। ରଣଦୀପଙ୍କ ବିବାହ କାର୍ଡ ଅନୁଯାୟୀ, ମଣିପୁରରେ ନଭେମ୍ବର ୨୯ରେ ରଣଦୀପ, ପ୍ରେମିକାଙ୍କୁ ବିବାହ କରିବେ। ମଣିପୁରୀ ପୋଷାକ ପିନ୍ଧି ମଣିପୁରର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି। ବିବାହରେ କେବଳ ରଣଦୀଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହିବା ସହ ମୁମ୍ବାଇରେ ବଲିଉଡ କଳାକାରଙ୍କ ପାଇଁ ବିବାହ ଭୋଜି ରଖିବେ ଅଭିନେତା।

Actor Randeep Hooda to marry Lin Laishram in Imphal on November 29 - India Today

ତେବେ ରଣଦୀପଙ୍କ ପ୍ରେମିକା ଲିନ୍ ଲାଇଶ୍ରମ ମଧ୍ୟ ଜଣେ ଅଭିନେତ୍ରୀ। ସେ ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଫିଲ୍ମ ‘ରଙ୍ଗୁନ’ ଓ ‘ମେରୀ କମ୍’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ତାଙ୍କୁ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜାନେ ଜାନ’ରେ ଦେଖିବାକୁ ପାଇଥିଲେ ଦର୍ଶକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button