ମନୋରଞ୍ଜନ

ଡିସେମ୍ବରରେ ଚକଲେଟ୍ ପ୍ରଡକନ୍ସର ନୂଆ ନାଟକ ‘ଓଡ଼ିଆ ଦାସ’ – bajravana

[ad_1]

୨୧ ଓ ୨୨ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ସୋ’ ପାଇଁ ଅଗ୍ରିମ ବୁକିଂ ଆରମ୍ଭ

ଭୁବନେଶ୍ବର: ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ଈର୍ଷଣୀୟ ସଫଳତା ପରେ ଚକଲେଟ୍ ପ୍ରଡକସନ୍ସ ପୁଣି ଏକ ଭିନ୍ନସ୍ବାଦର ମଞ୍ଚ ନାଟକ ନେଇ ଦର୍ଶକଙ୍କୁ ପାଖକୁ ଆସୁଛି। ଡିସେମ୍ବର ୨୧ ଓ ୨୨ତାରିଖରେ ଦୁଇ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଚକଲେଟ୍ ପ୍ରଡକସନ୍ସ ପ୍ରଯୋଜିତ ନୂଆ ନାଟକ ‘ଓଡ଼ିଆ ଦାସ’। ଦର୍ଶକଙ୍କ ସୁବିଧା ନିମନ୍ତେ ପ୍ରତି ସନ୍ଧ୍ୟାରେ ନାଟକ ଦୁଇଥର ମଞ୍ଚସ୍ଥ ହେବ। ପ୍ରଥମ ସୋ’ ସନ୍ଧ୍ୟା ୬ଟାରେ ଓ ଦ୍ୱିତୀୟ ସୋ’ ରାତି ୮ଟାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ପ୍ରକାଶ।

ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ପରିକଳ୍ପିତ ଭବିଷ୍ୟ ଆଧାରିତ ଏକ କାହାଣୀ ଉପରେ ନାଟକ କେନ୍ଦ୍ରୀଭୂତ ହୋଇଥିବା ବେଳେ ଏଥିରେ ରହିଛି ଶକ୍ତିଶାଳୀ ସାମାଜିକ ବାର୍ତ୍ତା। ନାଟକର ନିର୍ଦ୍ଦେଶନା ଦାୟିତ୍ବ ଅଭିଜ୍ଞ ନିର୍ଦ୍ଦେଶକ ଦର୍ପ ନାରାୟଣ ସେଠୀଙ୍କ କାନ୍ଧରେ ଥିବା ବେଳେ ରବି ନାରାୟଣ ତ୍ରିପାଠୀ, ମମତା ତ୍ରିପାଠୀ, କୈଳାସ ପାଣିଗ୍ରାହୀ, ମୃତ୍ୟୁଞ୍ଜୟ ପଣ୍ଡା, ମନୋଜ ମହାପାତ୍ର, ବିଶ୍ୱରଂଜନ ମହାପାତ୍ର, ରାଜଲକ୍ଷ୍ମୀ ଦାସ, ସହସ୍ରାକ୍ଷ ରଥ, ରାଜେଶ ମହାନ୍ତି ଓ ସୁନୀଲ କୁମାର ପଟ୍ଟନାୟକଙ୍କ ଭଳି ପ୍ରବୀଣ ଓ ନବୀନ କଳାକାରଙ୍କୁ ‘ଓଡ଼ିଆ ଦାସ’ର ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

କାହାଣୀ ଓ ଅଭିନୟ ବ୍ୟତୀତ ନାଟକରେ ସଙ୍ଗୀତକୁ ଦିଆଯାଇଛି ବିଶେଷ ଗୁରୁତ୍ବ। ସୌମିତ୍ରୀ ପଲାଇଙ୍କ ସଙ୍ଗୀତ ନିଦ୍ଦେର୍ଶନାରେ ଓଡ଼ିଆ ସିନେଶିଳ୍ପର ଜଣାଶୁଣା ଗାୟକ ଅନନ୍ୟା ଶ୍ରୀତମ ନନ୍ଦ, ଅଭିଜିତ ମିଶ୍ର, ଶଶାଙ୍କ ଶେଖର ଓ ସୌରଭ ଭରଦ୍ବାଜ ‘ଓଡ଼ିଆ ଦାସ’ରେ କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକ ରଚନା କରିଛନ୍ତି ପ୍ରତିଷ୍ଠିତ ଗୀତିକାର ଗୁରୁ ଶତପଥୀ। ନାଟକରେ ସନ୍ତୋଷ ବାରିକ ସହ-ନିର୍ଦ୍ଦେଶକ ଥିବାବେଳେ, ସୁବାସ ସାହୁ ମଞ୍ଚସଜ୍ଜା ଓ କଳା ନିର୍ଦ୍ଦେଶନା ଏବଂ ବିକାଶ ଆଲୋକ ସଂଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି। ଆଜିଠାରୁ ‘ଓଡ଼ିଆ ଦାସର ଅଗ୍ରିମ ଟିକେଟ୍ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। ଆଗ୍ରହୀ ଦର୍ଶକ ‘ବୁକ୍ ମାଇଁ ସୋ’ ୱେବ୍‌ସାଇଟ୍‌ରୁ ଟିକେଟ୍ ସଂଗ୍ରହ କରିପାରିବେ। ଏଥିସହ ନାଟକର ଟିକେଟ୍ କ୍ରୟ ଲାଗି ୮୯୦୮୦୨୦୧୦୪/୯୮୫୩୦୩୫୧୦୪ ନମ୍ବରକୁ ମଧ୍ୟ ଯୋଗଯୋଗ କରିପାରିବେ ବୋଲି ଚକଲେଟ୍ ପ୍ରଡକସନ୍ସ ପକ୍ଷରୁ ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button