ଯେତେବେଳେ ବି ଫିଲ୍ମ ନିର୍ମାଣ କରୁଛି ଦେବାଳିଆ ହୋଇଯାଉଛି: ସନ୍ନି ଦେଓଲ – bajravana
[ad_1]
ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’। ତୃତୀୟ ସପ୍ତାହରେ ବି ଚଳଚ୍ଚିତ୍ରଟି ବେଶ୍ ଭଲ ରୋଜଗାର କରିଥିବା ଦେଖାଯାଇଛି। ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ରବିବାର (ଗତକାଲି) ଦିନ ୧୬ କୋଟିରୁ ଅଧିକ ଟଙ୍କା ଆୟ କରି ସର୍ବମୋଟ୍ ୪୫୬.୦୫ କୋଟି ଟଙ୍କାର ବେପାର କରିଛି। ଏମଧ୍ୟରେ ସନ୍ନି ଆଉ କେବେ ବି ଫିଲ୍ମ ନିର୍ମାଣ କରିବେ ନାହିଁ ବୋଲି କହିଛନ୍ତି।
ବିବିସି ଏସୀୟାନ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ପରିବର୍ତ୍ତନ ହେତୁ ସେ ଯେତେବେଳେ ବି ଫିଲ୍ମ ନିର୍ମାଣ କରନ୍ତି ସେତେବେଳେ ସେ ଦେବାଳିଆ ହୋଇଯାଆନ୍ତି। ତାଙ୍କ କହିବା ମୁତାବକ, ‘ଦୁନିଆ ବହୁତ କଷ୍ଟସାଧ୍ୟ ହୋଇପଡିଛି। ବହୁ ବର୍ଷ ପୂର୍ବେ, ମୁଁ ଜିନିଷଗୁଡ଼ିକୁ ନିୟନ୍ତ୍ରଣ କରିପାରୁଥିଲି କାରଣ ଡିଷ୍ଟ୍ରିବ୍ୟୁସନ ମୋ ପାଇଁ ସହଜ ଥିଲା। କିନ୍ତୁ ଯେବେଠୁ କର୍ପୋରେଟମାନେ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି, ସବୁ ବଦଳିଯାଇଛି।
ଉଲ୍ଲେଖଯୋଗ୍ୟ, ସନ୍ନି ଦେଓଲ୍ ଅନେକ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ପ୍ରଯୋଜନା କରିଛନ୍ତି, ଯେପରିକି ‘ଦିଲଗି’, ‘ସହିଦ୍’, ‘ଘାୟଲ୍ ୱାନ୍ସ ଏଗେନ୍’। ଏହା ସହ ଅଭିନେତା ତାଙ୍କ ପୁଅ କରଣ ଦେଓଲଙ୍କ ଅଭିନୀତ ଫିଲ୍ମ ‘ପଲ ପଲ ଦିଲ କେ ପାସ’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ, ହେଲେ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା।
[ad_2]