ମନୋରଞ୍ଜନ

‘ଗଦ୍ଦର-୨’ର ସଫଳତା ପରେ କୌଣସି ସିନେମା ସାଇନ କରୁ ନାହାନ୍ତି ସନ୍ନି – bajravana

[ad_1]

ମୁମ୍ବାଇ: ‘ଗଦ୍ଦର-୨’ ସିନେମା ପ୍ରେକ୍ଷାଳୟରେ ସୁପରହିଟ ହୋଇଥିଲା। ଏହି ସିନେମା ସୁପରହିଟ ହେବାପରେ ଅଭିନେତା ସନ୍ନି ଦେୱଲଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ସିନେମା ଅଫର ଆସୁଛି। କିନ୍ତୁ ଏହା ସତ୍ତ୍ବେ ବି ସନ୍ନିଙ୍କ ହାତରେ କୌଣସି କାମ ନାହିଁ ବୋଲି ଚର୍ଚ୍ଚା ହେଉଛି। ତେବେ ହାତରେ କାମ ନଥିବାର କାରଣ ସନ୍ନି ନିଜେ ।

ସିନେମା ‘ଗଦ୍ଦର-୨’ ଭଲ ବ୍ୟବସାୟ କରିବା ପରେ ସନ୍ନିଙ୍କ ଭଲଦିନ ଆରମ୍ଭ ‌ହୋଇଯାଇଛି ବୋଲି କୁହାଯାଉଛି।  ପ୍ରତ୍ୟେକ ନି‌ର୍ଦ୍ଦେଶକ ତାଙ୍କ ସହିତ କ‌ାମ କରିବାକୁ ଚାହୁଁଛନ୍ତି। ସିନେମା ନିର୍ଦ୍ଦେଶକମାନେ ସନ୍ନିଙ୍କୁ ଗୋଟିଏ ପରେ ଗୋଟିଏ ସିନେମା ଅଫର ଦେଉଛନ୍ତି। କିନ୍ତୁ ସନ୍ନି କୌଣସି ବି ପ୍ରୋଜେକ୍ଟ ସାଇନ କରିବାକୁ ଚାହୁଁନାହାନ୍ତି। ସେ ଏବେ ନିଜ ପରିବାରକୁ ସମୟ ଦେଉଛନ୍ତି। ଏଥିପାଇଁ ‌ସେ ପରିବାର ସହିତ  ଆମେରିକାଗସ୍ତରେ ଅଛନ୍ତି।

ଏହି ସମୟ ଭିତରେ ସେ ଆଗକୁ କିଭଳି ପ୍ରୋଜେକ୍ଟରରେ କାମ କରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଆମେରିକାରୁ ଭାରତ ଫେରିବା ପରେ ତାଙ୍କୁ ଅଫର ହୋଇଥିବା ସିନେମାର ସ୍କ୍ରିପ୍ଟ ପଢ଼ିବେ ତା’ପରେ ଯାଇ କେଉଁଥିରେ କାମ କରିବେ ସେ ବିଷୟରେ ଚିନ୍ତା କରିବେ।

‘ଗଦ୍ଦର-୨’ ସିନେମା ପାଇଁ ସେ ଖୁବ ବ୍ୟସ୍ତ‌ରେ ଥିଲେ। ପରିବାରକୁ ସମୟ ଦେଇ ପାରୁ ନଥିଲେ। ସିନେମାକୁ ହିଟ କରିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ ସିନେମା ସିଫଳ ହୋଇଛି। ପ୍ରେକ୍ଷାଳୟରେ ଭଲ ବ୍ୟବସାୟ ବି କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button