ଶାହରୁଖ-ଦୀପିକା କିଏ? ମୁଁ ସେମାନଙ୍କୁ ଜାଣିନାହିଁ: ସମୀର ୱାଙ୍ଖେଡେ – bajravana
[ad_1]
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖେଡେ ଚାଟ୍ ସୋ’ ‘ଖୁପତେ ତିଥେ ଗୁପ୍ତେ’ରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଡ୍ରଗ୍ସ ମାମଲା ସହ ଜଡିତ ବିବାଦ ବିଷୟରେ କହିଥିଲେ।
ସେ କାହିଁକି କେବଳ ସେଲିବ୍ରିଟିଙ୍କ ପଛରେ ପଡ଼ୁଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ପଚରାଯିବାରୁ ସମୀର କହିଥିଲେ, “ମୁଁ ସମସ୍ତଙ୍କୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋ ପାଇଁ ସେଲିବ୍ରିଟିମାନେ ହେଉଛନ୍ତି ବାବା ଆମତେ, ସିନ୍ଧୁତାଇ ସପକଲ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ। ଯେତେବେଳେ ମୁଁ ବିମାନବନ୍ଦରରେ କାମ କରୁଥିଲି, ମୁଁ ସମୁଦାୟ ୩୫୦୦ ମାମଲା ଦାଖଲ କରିଥିଲି। ସେ ମଧ୍ୟରେ ୧୦୦-୧୫୦ଟି ମାମଲା ସେଲିବ୍ରିଟିଙ୍କର ଥିବା ବେଳେ ଅନ୍ୟ ମାମଲା ସବୁ ଚୋର ଓ ବଡ଼ ବଡ଼ ଅପରାଧୀଙ୍କର ଥିଲା। ମୁଁ ଆଇନକୁ ମାନୁଥିବା ମଣିଷ। ମୋର ଲକ୍ଷ୍ୟ ହେଉଛି ରାଷ୍ଟ୍ର ସେବା। ମୁଁ ଏ ରାଷ୍ଟ୍ରର ସେବା କରିବାକୁ ଚାହୁଁଛି ଏବଂ ଦେଶ ମୋ ପାଇଁ ପ୍ରଥମ। ”
ଯେତେବେଳେ ସୋ’ର ଉପସ୍ଥାପକ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ମିକା ସିଂଙ୍କ ଫଟୋ ଦେଖାଇ ସମୀରଙ୍କୁ ତାଙ୍କ ମତାମତ ମାଗିଥିଲେ ସେତେବେଳେ ସମୀର କହିଥିଲେ, ଏମାନେ କିଏ? ମୁଁ ଜାଣି ନାହିଁ। ମିକା କିଏ ବୋଲି ମୁଁ ଜାଣିନଥିଲି। ପରେ ମୁଁ ତାଙ୍କ ବିଷୟରେ ଜାଣିଲି। “
[ad_2]