ଓଡିଶା

ଛାତ୍ରକୁ ଛୁରି ଭୁସି‌ଲା ଛାତ୍ର: ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି – bajravana

[ad_1]

ପୁରୀ: ବିଦ୍ୟାଳୟରେ ପଶିଛି ଅପରାଧ। ବ୍ଲକ୍‌ସ୍ତରୀୟ ବିଜ୍ଞାନମେଳାରେ ଯୋଗଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଆଜି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଛାତ୍ର ପୁଲିସ ଲାଇନ୍‌ ହାଇସ୍କୁଲର ହୋଇଥିବାବେଳେ ଗୁରୁତର ଛାତ୍ର ମଧୁବନର ଓ ଆକ୍ରମଣ କରିଥିବା ଛାତ୍ର ବାଲି ଉପରବସ୍ତିର ବୋଲି ଜଣାପଡ଼ିଛି। ପୁଲିସ ଘଟଣାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅନ୍ୟମାନଙ୍କୁ ପଚରାଉଚରା କରିଛି। ଗୁରୁତର ଛାତ୍ରର ବାପାଙ୍କ ଅଭିଯୋଗ ଆଧାରରେ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ବିଦ୍ୟାଳୟ ପକ୍ଷରୁ ଆସନ୍ତାକାଲି ଏ ନେଇ ପରିଚାଳନା କମିଟି ବୈଠକ ଡକାଯାଇଥିବା ପ୍ରଧାନଶିକ୍ଷକ ଶିବରାମ ମିଶ୍ର କହିଛନ୍ତି।

କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପୁଲିସ ଲାଇନ୍‌ ହାଇସ୍କୁଲ୍‌ରେ ଆଜି ବ୍ଲକ୍‌ସ୍ତରୀୟ ବିଜ୍ଞାନ ମେଳା ହୋଇଥିଲା। ଉଭୟ ଛାତ୍ର ଏହି ବିଜ୍ଞାନ ମେଳାକୁ ଆସିଥିଲେ। ପୂର୍ବାହ୍ଣ ପ୍ରାୟ ୧୦ଟାରେ ଦୁଇ ଛାତ୍ର ବିଦ୍ୟାଳୟ ପାଖରେ ଥିବା ଏକ ଅଟୋରେ ବସିଥିବାବେଳେ ଦୁଇଜଣଙ୍କ ଭିତରେ ବଚସା ହୋଇଥିଲା। ପରେ ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ସେଠାରୁ ପଳାଇଥିଲା। ପ୍ରାୟ ୧୦ଟା ୪୦ରେ ଦଶମ ଛାତ୍ର ଜଣକ ବିଦ୍ୟାଳୟରୁ ବାହାରି ରେଡ୍‌କ୍ରସ ରୋଡ୍‌ ଦେଇ ସାଇକେଲ୍‌ରେ ଘରକୁ ଫେରୁଥିବାବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ଏକ ସ୍କୁଟିରେ ଦୁଇ ସହଯୋଗୀଙ୍କ ସହ ଆସି ତା’ର ବାମ ହାତକୁ ଛୁରିରେ କାଟି ପଳାଇବା ସହ ପେଟକୁ ମଧ୍ୟ ଛୁରିରେ ଭୁଶିଥିଲା। ପାଖରେ ଥିବା କିଛି ଯୁବକ ଅଟକାଇବା ସମୟରେ ଆକ୍ରମଣକାରୀ ଛାତ୍ର ସହଯୋଗୀମାନଙ୍କ ସହ ସେଠାରୁ ଫେରାର ହୋଇଯାଇଥିଲା। ଆକ୍ରମଣର ଶିକାର ହୋଇଥିବା ଛାତ୍ରକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କିଛି ଯୁବକ ଉଦ୍ଧାର କରି ପୁଲିସ ଲାଇନ୍‌ ହାଇସ୍କୁଲକୁ ନେଇଥିଲେ। ସେଠାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କୁମ୍ଭାରପଡ଼ା ଥାନା କହିଛି, ଆକ୍ରମଣରେ ସଂପୃକ୍ତ ଛାତ୍ରକୁ ପଚରାଉଚରା କରାଯାଉଛି। ଯେହେତୁ ଛାତ୍ର ନାବାଳକ ଅଧିକ କିଛି କହିବାକୁ ପୁଲିସ ମନା କରି ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button