ଓଡିଶା

ଏଲାଏନ୍ସ ଏୟାର୍‌ ପକ୍ଷରୁ ଟିକଟ୍‌ ବୁକିଂ ଆରମ୍ଭ: ରାଉରକେଲା-କୋଲକାତା ଉଡ଼ାଣ ୧ରୁ – bajravana

[ad_1]

ରାଉରକେଲା: ଲମ୍ବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ରାଉରକେଲା-କୋଲକାତା ସିଧାସଳଖ ବିମାନ ଚଳାଚଳ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ନଭେମ୍ବର ପହିଲାରୁ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନଭେମ୍ବର ୧ ତାରିଖରୁ ବହୁପ୍ରତୀକ୍ଷିତ ରାଉରକେଲା-କୋଲକାତା ବିମାନ ସେବା ଆରମ୍ଭ ହେବ। ସଂପ୍ରତି ଭୁବନେଶ୍ବର-ରାଉରକେଲା ମଧ୍ୟରେ ଉଡ଼ୁଥିବା ବିମାନ ହିଁ କୋଲକାତାକୁ ସଂଯୋଗ କରିବ। ବିମାନ ପରିଚାଳନାକାରୀ ସଂସ୍ଥା ଏଲାଏନ୍ସ ଏୟାର୍‌ ପକ୍ଷରୁ ଏଥି ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଯାଇଛି।

ଏହି ବିମାନ କୋଲକାତାରୁ ଦିନ ୧ଟା ୫୦ରେ ବାହାରି ଅପରାହ୍‌ଣ ୩ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ୨୫ ମିନିଟ୍‌ର ରହଣି ପରେ ଅପରାହ୍ନ ୩.୪୫ ମିନିଟ୍‌ରେ ଭୁବନେଶ୍ବରରୁ ବାହାରି ରାଉରକେଲାରେ ସଂଧ୍ୟା ୪.୪୦ ମିନିଟ୍‌ରେ ପହଞ୍ଚିବ। ରାଉରକେଲା ବିମାନବନ୍ଦରରେ ରହଣି ସମୟ ୨୫ ମିନିଟ୍‌ ଧାର୍ଯ୍ୟ କରାଯାଇଛି। ତେଣୁ ରାଉରକେଲାରୁ ପୁଣି ସନ୍ଧ୍ୟା ୫ଟା ୫ ମିନିଟରେ ବାହାରି ଭୁବନେଶ୍ବରରେ ସନ୍ଧ୍ୟା ୫ଟା ୫୫ରେ ପହଞ୍ଚିବ। ସେଠାରେ ୩୦ ମିନିଟ୍‌ ରହିବାପରେ ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୫ ମିନିଟ୍‌ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବ।
ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ମଧ୍ୟ ଜାରି ବିମାନ ଉଡ଼ାଣ ସୂଚୀରେ ଏହି ସମୟ ସ୍ଥିର କରାଯାଇଛି।

ଏହି ବିମାନ ଯାତ୍ରା ପାଇଁ ଦର ଧାର୍ଯ୍ୟ ମଧ୍ୟ ହୋଇସାରିଲାଣି। ରାଉରକେଲାରୁ କୋଲକାତା ଯିବା ପାଇଁ ଟିକଟ୍‌ ଦର ୪,୪୩୩ ଟଙ୍କା ରହିଥିବାବେଳେ କୋଲକାତାରୁ ରାଉରକେଲା ଆସିବାକୁ ୫,୦୫୫ ଟଙ୍କା ସ୍ଥିର କରାଯାଇଛି। ଅପରପକ୍ଷରେ ରାଉରକେଲା ବିମାନବନ୍ଦରରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲଏସ୍‌) ନ ଥିବାରୁ ଏଠାରେ ପାଣିପାଗ ଖରାପ ତଥା ମେଘୁଆ ପାଗ‌ ହେଲେ ବିମାନ ଅବତରଣ ସମ୍ଭବ ହେଉନି। ଖାସ୍‌ ଏହି କାରଣରୁ ନିୟମିତ ବ୍ୟବଧାନରେ ବିମାନ ସେବା ବାତିଲ ହେଉଛି। ଏମିତିକି ଆଜି ଶୁକ୍ରବାର ମଧ୍ୟ ବିମାନ ବାତିଲ ହେବାରୁ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକଟ କରିଥିବା ୬୪ ଜଣ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button