ଖେଳ ଖବର

ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ – bajravana

[ad_1]

ଭୁବନେଶ୍ବର: ସୁପର କପ୍‌ ବିଜେତା ଓଡ଼ିଶା ଏଫସି ଚଳିତ ଏଏଫ୍‌ସି କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ପ୍ରଥମ ବିଜୟ ପାଇଛି। ପୂର୍ବରୁ ମୋହନ ବାଗାନ ସୁପର ଜାଏଣ୍ଟସ୍‌ ଏଫ୍‌ସି ଓ ବାଂଲାଦେଶର ବସୁନ୍ଧରା କିଙ୍ଗ୍ସ ଏଫ୍‌ସିଠୁ ହାରିଥିବା ଓଡ଼ିଶା ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ମାଳଦୀପର ମାଜିୟା ସ୍ପୋର୍ଟ୍ସ ଓ ରିକ୍ରିଏସନକୁ ୬-୧ ଗୋଲ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମୌରତାଡ଼ା ଫଲ୍‌ଙ୍କ ଗୋଲ୍‌ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୩ତମ ମିନିଟ୍‌ରେ ମାଜିୟାର ବ୍ରାନିମିର ଜୋସିକ୍‌ ଗୋଲ୍‌ ଶୁଝି ସ୍ଥିତି ସମାନ କରିଥିଲେ। ୧୫ତମ ମିନିଟ୍‌ରେ କାର୍ଲୋସ ଡେଲ୍‌ଗାଡ଼ୋଙ୍କ ଗୋଲ୍‌ରେ ଘରୋଇ ଦଳ ପୁଣି ଆଗୁଆ ହୋଇଥିଲା। ଏହାର ୪ ମିନିଟ୍‌ ପରେ ଫଲ୍‌ (୧୯ ମିନିଟ୍‌) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ସହ ପ୍ରଥମାର୍ଦ୍ଧରେ ସ୍ଥିତି ୩-୧ କରିଥିଲେ। ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ଏଫ୍‌ସିର ଆମି ରାନାୱାଡ଼େ (୫୮ ମିନିଟ୍‌), ଈଶାକ ଭାନଲାଲରୁଆତଫେଲା (୬୨ ମିନିଟ୍‌) ଓ ସାହିଲ ପନୱାର (୯୦+୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବିଜୟ ବ୍ୟବଧାନ ୬-୧ରେ ପହଞ୍ଚାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button