ଖେଳ ଖବର

ବିଶ୍ବକପ : ଅଷ୍ଟ୍ରେଲିଆର କ୍ରମାଗତ ୨ୟ ପରାଜୟ, ଦକ୍ଷିଣ-ଆଫ୍ରିକାଠାରୁ ୧୩୪ ରନରେ ହାରିଲା – bajravana

[ad_1]

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପ୍ କ୍ରିକେଟର ଏକ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୩୧୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଅଷ୍ଟ୍ରେଲୀୟ ଦଳ ନିଜ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଠିପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । କେବଳ ମାର୍ନସ ଲାବୁସଚାନ ସର୍ବାଧିକ ୪୬ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରବାଡା ୩ଟି ଓ୍ବିକେଟ୍ ନେଇଥିବାବେଳେ କେଶବ ମହାରାଜ, ମାର୍କୋ ଜାନସେନ ଓ ତବରେଜ୍ ସାମସି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର  କ୍ବିଣ୍ଟନ ଡି’କକ୍ ଓ ଟେମ୍ବା ବାଭୁମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ କରିଥିବା ଡି’କକ୍ ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ବାଭୁମା ୩୫ ରନ କରିଥିଲେ । ସେହିପରି ଆଉଡେନ ମାର୍କରାମ୍ ୫୬ ରନ କରିଥିଲେ । ହେନେରିକ୍ କ୍ଲାସେନ ୨୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୧୧ ରନ କରିଥିଲା ।

ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଭାରତଠାରୁ ହାରିଯାଇଥିଲା ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button