ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ ଡ୍ରେସିଂ ରୁମରେ କ’ଣ କରୁଥିଲେ କ୍ରିକେଟର? ଜଣାଇଲେ ସୂର୍ଯ୍ୟକୁମାର – bajravana
[ad_1]
ନୂଆଦିଲ୍ଲୀ: ଭାରତ ବୁଧବାର ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ହାରିବା ପରଠାରୁ ଦଳ ଯେମିତି ଆଦୌ ଲୟରେ ଥିଲା ଭଳି ମନେ ହୋଇ ନଥିଲା। ରୋହିତ ଶର୍ମା ବ୍ୟାଟିଂ କରୁଥିଲା ବେଳେ ଭାରତ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡ଼ୁଥିଲା। ତାଙ୍କ ୱିକେଟ୍ ପରେ କିନ୍ତୁ ରୋହିତ ବାହିନୀର ବିଜୟ ପ୍ରତିଶତ କମି କମି ଯାଇଥିଲା। ଶେଷରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା।
ଭାରତ ହାରିବା ପରେ ଡ୍ରେସିଂ ରୁମକୁ ଯାଇ କ୍ରିକେଟରଙ୍କୁ ସାନ୍ତ୍ବନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ କ୍ରିକେଟରଙ୍କ ହାତ ଧରି ତାଙ୍କ ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ଅନେକ କ୍ରିକେଟରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିବା ବେଳେ ଏବେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ, ଆମେ ହାରିଯିବା ପରେ ସିଧା ଡ୍ରେସିଂ ରୁମକୁ ଯାଇଥିଲୁ। ସମସ୍ତେ ନିରାଶ ହୋଇ ଅଲଗା ଅଲଗା ବସିଥିଲୁ। ସମସ୍ତଙ୍କ ମୁହଁରେ ହାରିବାର ଦୁଃଖ ବାରି ହୋଇପଡ଼ୁଥିଲା। ଏହି ସମୟରେ ହଠାତ୍ ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍ ଭିତରକୁ ଆସିବା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ପ୍ରଧାନମନ୍ତ୍ରୀ ଆମ ସହ ୫-୬ ମିନିଟ୍ ବିତାଇଥିଲେ। ଏହା ପରେ ଆମ ମନ ଟିକିଏ ହାଲୁକା ହୋଇଥିଲା। ହାରିବାର ଦୁଃଖ ଭୁଲିବାକୁ ସମୟ ଲାଗିବ। ହେଲେ ସେହି ୫-୬ ମିନିଟ୍ ଆମ ପାଇଁ ସ୍ବତନ୍ତ୍ର ଥିଲା।
[ad_2]