ମନୋରଞ୍ଜନ

ଅର୍ଜୁନଙ୍କ ସହ ପ୍ରେମ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ମଲାଇକା – bajravana

[ad_1]

ନୂଆଦିଲ୍ଲୀ: ମଲ୍ଲାଇକା ଆରୋରା ଏକାଧାରାରେ ଜଣେ ଅଭିନେତ୍ରୀ ମଡେଲ, ନୃତ୍ୟଶିଳ୍ପୀ ତଥା ଟେଲିଭିଜନ ଉପସ୍ଥାପିକା ଭାବ କାମ କରିଛନ୍ତି। ଏତଦ ବ୍ୟତୀତ ମଲ୍ଲାଇକା ଆରୋରା ଆଇଟମ ନୃତ୍ୟ କରି ଆଇଟମ ଗାର୍ଲ ଭାବେ ମଧ୍ୟ ବେଶ ଜଣାଶୁଣା।

୨୦୧୭ରେ ସ୍ବାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲ୍ଲାଇକା ଆରୋରା ୧୧ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରି ଆସୁଛନ୍ତି। କିଛିଦିନ ହେବ ମଲ୍ଲାଇକା ଓ ଅର୍ଜୁନଙ୍କ ପ୍ରେମ ବିଚ୍ଛେଦ ହୋଇଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। କାରଣ  ଅଭିନେତା ଅର୍ଜୁନଙ୍କ ନାମକୁ ଅଭିନେତ୍ରୀ କୁଶା କପିଲାଙ୍କ ସହିତ ଯୋଡ଼ା ଯାଉଛି। କୁହାଯାଉଛି ଦୁ‌ହେଁ ଏବେ ଅନେକ ସ୍ଥାନକୁ ଡେଟିଂରେ ଯାଉଛନ୍ତି।

ନିକଟରେ ମଲ୍ଲାଇକା ପ୍ରେମ ବିଚ୍ଛେଦ ପ୍ରସଙ୍ଗକୁ ନେଇ ମୁହଁ ଖୋଲି କହିଛନ୍ତି, ‘ଯାହା ଜଣାଇବାର ଥିଲା ଜଣାଯାଇସାରିଛି। ମୁଁ ଯେଉଁ ପ୍ରୋଫେସନରେ ଅଛି, ସେଥିରେ ଉଭୟ ଭଲ ଓ ମନ୍ଦକୁ ଶୁଣିବାକୁ ପଡ଼ିବ। ଲାଇମଲାଇଟରେ ଥିଲେ ଲୋକେ ବିଭିନ୍ନ କଥ‌ା କହିବେ। ତେଣୁ ମୋର ଏସବୁକୁ ନେଇ କିଛି ବି ଫରକ ପଡ଼ିବ ନାହିଁ। ମୋର ଯେଉଁ ସମ୍ପର୍କ ଯେମିତି ଅଛି ଭଲ ଅଛି। ଲୋକମାନଙ୍କ ମନକୁ ଯାହା ଆସିବ ତାହା ଯେ ସତ ହେବ ଏକଥା ଠିକ ନୁହେଁ। ତେଣୁ ଲୋମେ ମୋତେ ନେଇ ଯାହା ବି କହିବେ ମୋ ନାମକୁ ନେଇ ଯେଉଁବି ପୁରୁଷ ସହିତ ଯୋଡ଼ିବେ ସେଥତରେ ମୋର କିଛି ଯା.. ଆସ ନାହିଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button