ମନୋରଞ୍ଜନ

କମାଲ କଲେ ଶାହରୁଖ, ଅଗ୍ରୀମ ବୁକିଂରୁ ଏତେ କୋଟି ଆୟ କଲା ‘ଡଙ୍କି’ – bajravana

[ad_1]

ମୁମ୍ବାଇ: ୨୦୨୩ବର୍ଷ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଶାହାରୁଖ ଖାନଙ୍କ ‘ଯବାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ଆଡଭାନ୍ସ ବୁକିଂରୁ ଭାରତରେ ଫିଲ୍ମଟି ୧କୋଟି ଟଙ୍କା ଆୟ କରିଛି। ଓପନିଂ ଡେ’ ପାଇଁ ଏପର୍ଯ୍ୟନ୍ତ ୧କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ବେଳେ ଏବେ ଆହୁରି ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଏହାକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହରୁଖ, ବିକି କୌଶଲ, ତାପସୀ ପନ୍ନୁ ଓ ବମନ ଇରାନୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ ଓ ନିର୍ମାଣ କରିଛି ରେଡ୍ ଚିଲିଜ୍।  ଏହା ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ, ଫିଲ୍ମର ଓଟିଟି ରାଇଟ୍ସ ବିକ୍ରି ହେବା ପରେ ନିର୍ମାତା ୧୫୫କୋଟି ଟଙ୍କା ଆୟ କରିଛନ୍ତି। ଜିଓ ସିନେମା ଏହାର ରାଇଟ୍ସ କିଣିଛି। ଏହା ସହ ଫିଲ୍ମର ଉଭୟ ଡିଜିଟାଲ ଏବଂ ସାଟେଲାଇଟ୍ ରାଇଟ୍ସ  ୨୩୦କୋଟିରେ ବିକ୍ରି ହୋଇଛି ବୋଲି ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button