ମନୋରଞ୍ଜନ

‘ଆମେ ତ ପୁରୁଣା ହୋଇଗଲୁଣୁ, କାହିଁକି ନେବେ’: ନାନା ପାଟେକର – bajravana

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ନାନା ପାଟେକର ଦୀର୍ଘ ୫ରୁ ୬ବର୍ଷ ପରେ  ବଡ଼ ପରଦାକୁ ଫେରୁଛନ୍ତି। ନାନାଙ୍କୁ ସିନେମା ‘ଦ ଭ୍ୟାକସିନ ୱାର’ରେ ଦେଖିବାକୁ ମିଳିବ। ଏହାର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି।

ଏହି ସିନେମାର ଟ୍ରେଲର ଲଞ୍ଚ ପରେ ନାନା ପରଦାକୁ ଫେରିଥିବା ନେଇ ଏକ ସାକ୍ଷାତକାର ହୋଇଥିଲା। ଏଥିରେ ‘ୱେଲକମ-୩’ରେ ସେ କାହିଁକି ନଜର ଆସିଲେ ନାହିଁ ବୋଲି ପ୍ରଶ୍ନ ପଚରା ଯାଇଥିଲା।

ନାନା ଏହାର ଉତ୍ତର ଦେଇ କହିଥିଲେ, ‘ସିନେମା ଇଣ୍ଡଷ୍ଟ୍ରି ମୋ ପାଇଁ କେବେ ବନ୍ଦ ହୋଇନାହିଁ। ବାସ କିଛିଲୋକଙ୍କୁ ଲାଗୁଛି ଆମେ ପୁରୁଣା ହୋଇଗଲୁଣୁ। କାମ କରି ପାରିବୁ ନାହିଁ । ଆମକୁ ସିନେମାରେ ନେଲେ ଦର୍ଶକ ପସନ୍ଦ କରି‌ବେ କି ନାହିଁ। ତେଣୁ ଆମକୁ ନେଲେ ନାହିଁ।

ଆଉ କିଛି ଲୋକଙ୍କୁ ଲାଗିଲା ଆମେ ଏବେ ବି କାମ କରି ପାରିବୁ ସେଥିପାଇଁ ସେ ନେଲେ। ଆମକୁ କାମ ଦରକାର। କାମ ମିଳିଲେ ମନ ଦେଇ କାମ କରିବୁ। କାରଣ ଗୋଟିଏ ସିନେମା ଛୋଟବଡ଼ ଅନେକ କଳାକାରଙ୍କୁ ନେଇ ନିର୍ମିତ ହୋଇଥାଏ। ତେଣୁ ପ୍ର‌ତ୍ୟେକ ଚରିତ୍ର ସେ ଛୋଟ ହେଉ ଆବ ବଡ଼ ତାହାକୁ ନିଖୁଣ ଭାବେ କରିବାକୁ ହେବ। ତାହାଲେ ଯାଇ ଗୋଟିଏ ସିନେମା ସଫଳ ହେବ ବୋଲି ମୁଁ ଭାବେ। ଏବେ ମୋର ଅନେକ ଦର୍ଶକ ଅଛନ୍ତି। ଯେଉଁମାନେ ମୋ ଅଭିନୟକୁ ଭଲ ପାଆନ୍ତି। ସେମାନଙ୍କ ପାଇଁ ମୁଁ ପରଦାକୁ ଫେରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button