ମନୋରଞ୍ଜନ

‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍; ଦର୍ଶକ କହିଲେ ଭାଙ୍ଗିବ ସବୁ ରେକର୍ଡ

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ’ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଉ ଏକ ଲୁକ୍ ଦର୍ଶକଙ୍କୁ ଅକୃଷ୍ଟ କରିଛି। ଏହି ପୋଷ୍ଟର ପୁଣି ଥରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣ ବଢାଇଛି। ନୂଆ ପୋଷ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ୍‌ ନିଜର ସିଗ୍‌ନେଚର୍‌ ପୁଷ୍ପା ଲୁକ୍‌ରେ ନଜର ଆସିଛନ୍ତି।

ନୂଆ ପୋଷ୍ଟରରେ ଅଲ୍ଲୁ ଅର୍ଜୁନ୍‌ ନିଜର ‘ପୁଷ୍ପା’ ଲୁକ୍‌ରେ ଖୁବ୍‌ ଗମ୍ଭୀର, ବିଦ୍ରୋହୀ ଓ ଭରପୁର ଆତ୍ମବିଶ୍ୱାସ ସହ ବସିଥିବା ଦେଖାଯାଉଛନ୍ତି। ପୋଷ୍ଟର ସହ ଫିଲ୍ମ ରିଲିଜ୍‌କୁ ନେଇ ମଧ୍ୟ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୬ ଡିସେମ୍ବର ୨୦୨୪ରେ ରିଲିଜ୍‌ ହେବାକୁ ଯାଉଛି।

ଦର୍ଶକ ପୋଷ୍ଟରକୁ ଦେଖି ଖୁବ୍‌ ଉତ୍ସାହିତ ହୋଇଛନ୍ତି। ପୋଷ୍ଟର ଦେଖି ପ୍ରଶଂସକ କହିଛନ୍ତି, ପୁଷ୍ପା ନାମ ହିଁ କେବଳ ଯଥେଷ୍ଟ। ବକ୍ସ ଅଫିସ୍‌ରେ ଧମାଲ କରିବ, ସୃଷ୍ଟି କରିବ ହଉଚଇ ଏବଂ ଭାଙ୍ଗିବ ସବୁ ରେକର୍ଡ। ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପାର୍ଟ ୨କୁ ଅପେକ୍ଷା କରିଛନ୍ତିା

Related Articles

Leave a Reply

Your email address will not be published. Required fields are marked *

Back to top button