ଖେଳ ଖବର

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ :ପ୍ରଥମ ଇନିଂସରେ ଧରାଶାୟୀ ଭାରତ, ସମସ୍ତେ ମିଶି ବି ୫୦ କରିପାରିଲେନି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନ ପ୍ରବଳ ବର୍ଷା ଯୋଗୁଁ ହୋଇପାରିନଥିଲା । କିନ୍ତୁ ଦ୍ୱିତୀୟ ଦିନରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ।

ହେଲେ ଟିମ ମାତ୍ର ୪୬ ରନ ସମସ୍ତ ଓ୍ୱିକେଟ ହରାଇ ସଙ୍କଟରେ ପଡିଛି ।

ପ୍ରଥମ ଟେଷ୍ଟରେ ଭାରତୀୟ ଟିମରେ ୨ଟି ପରିବର୍ତ୍ତନ କରାଯାଇଛି । ଟିମରେ ଶୁବମନ ଗିଲ ଏବଂ ଆକାଶ ଦୀପଙ୍କ ସ୍ଥାନରେ ସରଫରାଜ ଖାନ ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି ।

ତେବେ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସଓ୍ୱାଲ ୧୩ ରନ, ରୋହିତ ଶର୍ମା ୨ରନ, ବିରାଟ କୋହଲି ୦, ସରଫରାଜ ଖାନ ୦, ରିଷଭ ପନ୍ତ ୨୦, କେଏଲ ରାହୁଲ ୦, ରବିନ୍ଦ୍ର ଜାଡେଜା ୦, ରବିଚନ୍ଦ୍ରନ ଅଶ୍ୱିନ ୦, କୁଲଦୀପ ଯାଦବ ୨, ଯଶପ୍ରୀତ ବୁମରା ୧, ମହମ୍ମଦ ସିରାଜ ୪ କରିଛନ୍ତି । ବର୍ଷା ଯୋଗୁଁ ପ୍ରଥମ ଦିନରେ ଖେଳ ବାତିଲ ହେବା ପରେ ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା । ହେଲେ ମାତ୍ର ୩୧ ଓଭର ଖେଳି ଲଞ୍ଚ ବ୍ରେକ ପରେ ମାତ୍ର ୪୬ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା । ଭାରତ ପକ୍ଷରୁ ୫ ଜଣ ଖେଳାଳି ୦ରେ ଆଉଟ ହୋଇଛନ୍ତି ।

୪୬ ରନ ଭାରତରେ କୌଣସି ଟିମ ଦ୍ୱାରା ସବୁଠାରୁ କମ୍‌ ସେ୍କାର । ଭାରତ ଦୁଇବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡ ଦ୍ୱାରା କରିଥିବା ରେକର୍ଡକୁ ଭାଙ୍ଗିଥିଲା । ୨୦୨୧ରେ ନ୍ୟୁଜିଲାଣ୍ଡ ଟିମ୍‌ ମୁମ୍ବାଇ ଓ୍ୱାଙ୍ଖଡେରେ ମାତ୍ର ୬୨ ରନରେ ଅଲଆଉଟ ହୋଇଥିଲା । କିନ୍ତୁ ଆଜିର ଟେଷ୍ଟରେ ଘରୋଇ ମାଟିରେ ଭାରତର ସବୁଠାରୁ ଖରାପ ପ୍ରଦର୍ଶନ । ୩୭ ବର୍ଷ ପୂର୍ବେ ଦିଲ୍ଲୀରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୫ ରନ କରିଥିଲା । ଟେଷ୍ଟରେ ଭାରତ ତୃତୀୟ ସର୍ବନିମ୍ନ ସ୍କୋର । ଏହାପୂର୍ବରୁ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡଲେଡରେ ଭାରତ ୩୬ ରନ୍‌, ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଲଡର୍ସରେ ୪୨ ରନ୍‌ରେ ଅଲଆଉଟ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button