ଦେଶ ବିଦେଶ

ମା’ ହେବେ ରାଧିକା ଆପ୍ଟେ, ସେୟାର କଲେ ବେବି ବମ୍ପର ଫଟୋ

ଖୁବଶୀଘ୍ର ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ମା’ ହେବାକୁ ଯାଉଛନ୍ତି । ବିବାହର ୧୨ ବର୍ଷ ପରେ ରାଧିକା ମା’ ହେବାକୁ ଯାଉଛନ୍ତି । ସେ ନିଜ ବେବି ବମ୍ପର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଧିକାଙ୍କ ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି ।

ରାଧିକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରାଧିକା ଆପ୍ଟେ ଅକ୍ଟୋବର ୧୬ ରେ BFI ଲଣ୍ଡନ ଫିଲ୍ମ ଫେଷ୍ଟିଭାଲକୁ ଯାଇ ସିଷ୍ଟର ମିଡନାଇଟ୍ ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ବେବି ବମ୍ପ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ଫଟୋ ସେୟାର କରିବାବେଳେ ରାଧିକା ଲେଖିଥିଲେ- ସିଷ୍ଟର ମିଡନାଇଟ୍ ୟୁକେ ପ୍ରିମିୟର୍ । ସେ ତାଙ୍କ ପୋଷ୍ଟରେ ପ୍ରେଗନାନ୍ସି ବିଷୟରେ କିଛି ବି ଲେଖି ନାହାନ୍ତି । ସେ କେବଳ ଫିଲ୍ମ ବିଷୟରେ ଲେଖିଥିଲେ । ରାଧିକା ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଏବଂ ଅନେକ ଫଟୋରେ ସେ ରେଡ୍ କାର୍ପେଟରେ କାଷ୍ଟ ଏବଂ କ୍ରୁଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଫ୍ୟାନ୍ସମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେବା ସହ ରାଧିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି- OMG ରାଧିକା ପ୍ରେଗନାଣ୍ଟ ଅଛନ୍ତି, ଅଭିନନ୍ଦନ । ଅନ୍ୟ ଜଣେ ଲେଖିଛନ୍ତି – ପ୍ରେଗନାନ୍ସି ଏବଂ ପ୍ରିମିୟର୍ ପାଇଁ ଅଭିନନ୍ଦନ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି- ଅଭିନନ୍ଦନ ରାଧିକା, ତୁମେ ବହୁତ ସୁନ୍ଦର ଦେଖାଯାଉଛ ।

ରାଧିକାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ବ୍ଲାକ୍ ଅଫ ସୋଲ୍ଡର ଡ୍ରେସ୍ ପିନ୍ଧିଥିଲେ । ସେ ସିମ୍ପଲ ବନ୍ ସହିତ ନିଜର ଲୁକ୍ କୁ ଫାଇନାଲ ଟଚ୍ ଦେଇଥିଲେ । ରାଧିକାଙ୍କ ଲୁକ୍ ବହୁତ ଭାଇରାଲ୍ ହେଉଛି । ରାଧିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ବ୍ରିଟିଶ ଭାୟୋଲିନିଷ୍ଟ ତଥା କମ୍ପୋଜର୍ ବେନଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି । ରାଧିକା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କହିବାକୁ ପସନ୍ଦ କରନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button