ବିରକ୍ତ କରିସାରିଲଣି ମୋତେ; ବାରମ୍ବାର ଫଟୋ ଉଠାଇବାକୁ କହିବାରୁ ରାଗିଗଲେ ନାସିରୁଦ୍ଦିନ – bajravana
[ad_1]
ମୁମ୍ବାଇ : ହିନ୍ଦୀ ଫିଲ୍ମରେ ଆଉ ଦମ୍ ନାହିଁ। କିଛି ଦିନ ତଳେ ଏଭଳି କହି ବିବାଦରେ ଥିଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା | ହିନ୍ଦୀ ଚଳଚ୍ଚିତ୍ରର ବିଷୟବସ୍ତୁକୁ ନେଇ ସେ ଏଭଳି କହିଥିଲେ | ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଭିଡିଓରେ ସେ ନିଜ ପ୍ରଶଂସକଙ୍କ ଉପରେ ବିରକ୍ତ ହେଉଥିବା ଦେଖିବାକୁ ମିଳିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଦିଲ୍ଲୀ ବିମାନବନ୍ଦରର ପାର୍କିଙ୍ଗରେ ଚାଲି ଚାଲି ଯାଉଛନ୍ତି | ଏହା ପରେ ତାଙ୍କର କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛାପ୍ରକାଶ କରି ତାଙ୍କ ପଛେ ପଛେ ଧାଉଁଛନ୍ତି | ହେଲେ ଫଟୋ ଉଠାଇବାକୁ ମନା କରିଦେଉଛନ୍ତି ଅଭିନେତା | ଏହା ସତ୍ତ୍ୱେ ବି ପ୍ରଶଂସକମାନେ ଫଟୋ ଉଠାଇବାକୁ ତାଙ୍କ ପଛେ ପଛେ ଧାଉଁଥିବାରୁ ସେ ରାଗିଯାଉଛନ୍ତି | ‘ବହୁତ ବିରକ୍ତ କରିସାରିଲେଣି ମୋତେ | ଥରେ କହିଲେ ବୁଝିପାରୁନ କି’ | ଏଭଳି କହି ସେ ରାଗରେ କାରରେ ବସିବା ସହ ସେଠାରୁ ଚାଲିଯାଉଛନ୍ତି |
ଏହା ପୂର୍ବରୁ ବଲିଉଡକୁ ନେଇ ସେ କହିଥିଲେ ଯେ, ‘ଭାରତର ଖାଦ୍ୟ ସବୁଠାରେ ପସନ୍ଦ କରାଯାଏ କାରଣ ଏହାର ସ୍ବାଦ ନିଆରା। ହିନ୍ଦୀ ଚଳଚ୍ଚିତ୍ରରେ ନିଆରା କ’ଣ? ଏଥିପାଇଁ ଦର୍ଶକ ଶୀଘ୍ର ବିରକ୍ତ ହୋଇ ଫିଲ୍ମ ଦେଖିବା ବନ୍ଦ କରିବେ। ସମାଜର ସତ୍ୟତା ଦେଖାଇବା ଚଳଚ୍ଚିତ୍ର ନିର୍ମାତାଙ୍କ ଦାୟିତ୍ବ ଅଟେ। କେବଳ ଟଙ୍କା ରୋଜଗାର ପାଇଁ ହିନ୍ଦୀ ସିନେମା ନିର୍ମାଣ ହେଉଛି। ଏହା ବନ୍ଦ ହେଲେ ହିଁ ହିନ୍ଦୀ ଫିଲ୍ମ ପୁଣି ଅଗ୍ରଗତି କରିପାରିବ। କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ବହୁତ ବିଳମ୍ବ ହୋଇଯାଇଛି। ବର୍ତ୍ତମାନ କୌଣସି ସମାଧାନ ହୋଇପାରିବ ନାହିଁ। କାରଣ ହଜାର ହଜାର ଲୋକ ଦେଖିବାକୁ ପସନ୍ଦ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ନିର୍ମାଣ ହେବ ଏବଂ ଭଗବାନ ଜାଣନ୍ତି ଆଉ କେତେ ଦିନ ଏଭଳି ଚାଲିବ। ହେଲେ ଦିନ ଆସିବ ଲୋକେ ହିନ୍ଦୀ ସିନେମାରେ କିଛି ନୂତନତ୍ବ ପାଇବେ ନାହିଁ।’
[ad_2]